Categories: ଜାତୀୟ

ଇଦ୍‌-ଉଲ୍‌-ଜୁହା ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଇଦ୍‌-ଉଲ୍‌-ଜୁହା ବା ବକ୍ରି ଇଦ୍‌ ପାଇଁ ଦେଶବାସୀ ବିଶେଷ କରି ମୁସଲମାନ ଭଉଣୀଭାଇଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସୋମବାର ସାରା ବିଶ୍ୱରେ ଇଦ୍‌-ଉଲ୍‌-ଜୁହା ପାଳନ କରାଯାଉଛି। ଇଦ୍‌-ଉଲ୍‌-ଜୁହା ସ୍ନେହ, ପ୍ରେମ, ଭ୍ରାତୃତ୍ୱ ଓ ମାନବିକତାର ନିଦର୍ଶନ ହୋଇଥିବା ବେଳେ ଏହି ଉପଲକ୍ଷେ ରାଷ୍ଟ୍ରପତି ଟୁଇଟ୍‌ କରି ସଭିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି ଇଦ୍‌-ଉଲ୍‌-ଜୁହା ଆମ ସମାଜରେ ଶାନ୍ତି ଓ ଖୁସିର ବାତାବରଣ ସୃଷ୍ଟି କରୁ। ନାଇଡୁ କହିଛନ୍ତି ଏହିପର୍ବ ଏକତାର ମନ୍ତ୍ର ଦେଉ।

Share