ଶ୍ରୀନଗର,୧୧।୮: ଜମ୍ମୁ-କଶ୍ମୀରରେ ସ୍ବାଭାବିକ ସ୍ଥିତି ପୁଣି ଫେରିବାରେ ଲାଗିଛି। ସୋମବାର ଇଦ୍-ଉଲ୍-ଜ୍ଜୁହା ପାଳିତ ହେବ। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଅଢ଼େଇ ଲକ୍ଷରୁ ଅଧିକ ଛେଳିମେଣ୍ଢା ଏବଂ ୩୦ ଲକ୍ଷ କୁକୁଡ଼ା ବନ୍ଦୋବସ୍ତ କରାଯାଇଛି। ଲୋକଙ୍କ ପାଖରେ ଆବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଏଠାରେ ମୋବାଇଲ୍ ଏବଂ ଇଣ୍ଟରନେଟ୍ ସେବାକୁ ବନ୍ଦ ରଖାଯାଇଛି। ତେବେ କିଛି ସମୟ ଲାଗି ମୋବାଇଲ୍ ସେବାକୁ ସ୍ବାଭାବିକ କରାଇବା ନିମନ୍ତେ ସରକାର ଚିନ୍ତା କରୁଥିବା କୁହାଯାଉଛି।
Posted inଜାତୀୟ