ରସୁଲପୁର, ୨୪।୫ (ଡି.ଏନ୍.ଏ.)-ଇଦ୍ ଉଲ୍ ଫିତର ପାଇଁ ରସୁଲପୁର ବ୍ଲକ ଅଧୀନ ବିଭିନ୍ନ ମସ୍ଜିଦ୍ରେ ୧୪୪ ଧାରା ଜାରି କରାଯାଇଛି। ବ୍ଲକର ମୁସଲମାନ ବହୁଳ ଅଞ୍ଚଳ ଭାବରେ ପରିଚିତ ବ୍ରହ୍ମବରଦା ଓ ମହେଶ୍ୱରପୁର ପଞ୍ଚାୟତର ୧୪ଟି ମସଜିଦ୍, ବାରବାଟୀ ପଞ୍ଚାୟତର ଦୁର୍ଗାପୁର ମସଜିଦ୍ରେ ୧୪୪ ଧାରା ଲାଗୁ କରାଯାଇଛି ବୋଲି ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀ ସୂଚନା ଦେଇଛନ୍ତି। ସେହିପରି କୁଆଖିଆ ଥାନା ଅଧୀନ ରାହାମ୍ବା, ଅତଲାପୁର, ଶ୍ରୀବନ୍ତପୁର, ବଡକଇଁଚ ଭଳି ୪ଟି ପଞ୍ଚାୟତର ୫ଟି ମସଜିଦ୍ରେ ୧୪୪ଧାର ଲାଗୁ ହୋଇଛି। ଏହି ସବୁ ଧର୍ମପୀଠରେ ୫ଜଣରୁ ଊର୍ଦ୍ଧ୍ୱ ଜନ ସମାଗମ ହୋଇପାରିବ ନାହିଁ। ଏଥିସହ ସମୂହ ନମାଜ ପାଠକୁ ବାରଣ କରାଯାଇଛି। ସମସ୍ତେ ନିଜ ନିଜ ଘରେ ପ୍ରାର୍ଥନା କରିବାକୁ ଧର୍ମାନୁଷ୍ଠାନ ପରିଚାଳନା କମିଟିର କର୍ମକର୍ତ୍ତାମାନଙ୍କୁ ସୂଚନା ଦିଆଯାଇଛି। ଏଥିରେ ଖିଲାପ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ। ଏଥିପ୍ରତି ସତର୍କ ଦୃଷ୍ଟି ରଖାଯାଇଛି ବୋଲି କୁଆଖିଆ ଥାନାଧିକାରୀ ମନୋଜ କୁମାର ସ୍ବାଇଁ ପ୍ରକାଶ କରିଛନ୍ତି।