ଇନଭର୍ଟ ମାଇସିନ୍‌ ଦ୍ୱାରା ୨ ଦିନରେ ସଂକ୍ରମିତ ହେବେ କରୋନା ମୁକ୍ତ

ଓ୍ବାଶିଂଟନ/ମେଲବୋର୍ନ,୨୮।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଏହି ମହାମାରୀକୁ କିଭଳି ରୋକା ଯିବ ସେ ନେଇ ବୈଜ୍ଞାନିକମାନେ ଉଦ୍ୟମ ଜାରି ରଖିଛନ୍ତି। ନିକଟରେ ଆମେରିକା ନର୍ଥଶୟାର ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଆଣ୍ଟି ପାରାସାଇଟ୍‌ ଔଷଧ ଇନଭର୍ଟ ମାଇସିନ୍‌ର ବ୍ୟବହାର ଦ୍ୱାରା ମାତ୍ର ୨ ଦିନରେ କରୋନା ସଂକ୍ରମିତ ଭଲ ହୋଇଯିବେ। ବିଶ୍ୱବିଦ୍ୟାଳୟର ହେଲଥ୍‌ ସିଷ୍ଟମ୍‌ ବିଭାଗର ସଂକ୍ରାମକ ରୋଗ ବିଶେଷଜ୍ଞ ପ୍ରଫେସର ଡ. ନୀରଜ ଶାହା କହିଛନ୍ତି। ଏହି ଔଷଧ ସହଜରେ ପୃଥିବୀବ୍ୟାପୀ ଉପଲବ୍ଧ ହେଉଥିବାବେଳେ ଏହାର ଉପଯୋଗ ସହଜରେ କରାଯାଇ ପାରିବ ବୋଲି ସେ କହିଛନ୍ତି। ସେହିପରି ଅଷ୍ଟ୍ରେଲିଆ ମେଲବୋର୍ନର ମୋନାସା ବାୟୋମେଡ଼ିସିନ୍‌ ଡିସକଭରି ଇନଷ୍ଟିଚ୍ୟୁଟ୍‌ର ଡ. କାଇଲି ଓ୍ବାଙ୍ଗ୍‌ଷ୍ଟାଫ୍‌ କହିଛନ୍ତି ଯେ, ଇନଭର୍ଟ ମାଇସିନ୍‌କୁ ଗୋଟିଏ ଥର ସେବନ କରିବା ଦ୍ୱାରା କରୋନା ଭୂତାଣୁର ଆର୍‌ଏନ୍‌ଏ ୨୪ରୁ ୪୮ ଘଣ୍ଟା ମଧ୍ୟରେ ନଷ୍ଟ ହୋଇଯାଇଥାଏ। ଫ୍ଲୋରିଡ଼ାର ବ୍ରୋବାର୍ଡ ହେଲଥ୍‌ ମେଡିକାଲ ସେଣ୍ଟରର ଡ.ଜ୍ୟାକ୍ସ୍‌ ରେଜ୍ଟର କହିଛନ୍ତି ଯେ, ଇନଭର୍ଟ ମାଇସିନ୍‌ ଦ୍ୱାରା କରୋନା ସଂକ୍ରମିତଙ୍କକ ଚିକିତ୍ସା ଜାରି ରହିଛି। ଏହାର ଉପଯୋଗ ବେଶ୍‌ ସଫଳ ମଧ୍ୟ ରହିଥିବା ସେ କହିଛନ୍ତି। ସେହିପରି ଅଟାଓ୍ବା ବିଶ୍ୱବିଦ୍ୟାଳୟର ଡ. ଅମିତ ପଟେଲ କହିଛନ୍ତି ଯେ, ଭେଣ୍ଟିଲେଟରରେ ଥିବା କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଇନଭର୍ଟ ମାଇସିନ୍‌ ଭଲ ଭାବେ କାର୍ଯ୍ୟ କରୁଛି। ୧୯୭୦-୮୦ରୁ ଇନଭର୍ଟ ମାଇସିନ୍‌ ଅତ୍ୟାବଶ୍ୟକ ଔଷଧ ତାଲିକାରେ ସାମିଲ୍‌ ହୋଇଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ ଏହାକୁ ସ୍ବୀକୃତି ଦେଇଛି। ତେବେ ଆମେରିକାର ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡମିନିଷ୍ଟ୍ରେଶନ୍‌ ପକ୍ଷରୁ କୁହାଯାଇଛି ଯେ, ଇନଭର୍ଟ ମାଇସିନ୍‌ ଉପରେ ଅଧିକ ପରୀକ୍ଷା ନିରୀକ୍ଷାର ଆବଶ୍ୟକତା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ନିବେଶ ପାଇଁ ଆମେରିକୀୟ ସିଇଓଙ୍କୁ ମୋଦିଙ୍କ ଆହ୍ବାନ

ନ୍ୟୁୟର୍କ,୨୩ା୯(ପି.ଟି.):ଆମେରିକାର ବୃହତ୍‌ ପ୍ରଯୁକ୍ତି ସଂସ୍ଥାଗୁଡ଼ିକର ସିଇଓମାନଙ୍କୁ ଭାରତରେ ଶିଳ୍ପ ପ୍ରତିଷ୍ଠା ଓ ପୁଞ୍ଜିନିବେଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମନ୍ତ୍ରଣ କରିଛନ୍ତି। ରବିବାର ଆମେରିକାର ବୃହତ୍‌...

ଲେବାନନ୍‌ର ୩୦୦ ସ୍ଥାନରେ ଆକ୍ରମଣ କଲା ଇସ୍ରାଏଲ: ୧୦୦ ମୃତ, ୪୦୦ ଆହତ

ବେରୁଟ୍‌/ଜେରୁଜେଲମ,୨୩।୯: ଇସ୍ରାଏଲ ଏବଂ ଲେବାନନ୍‌ ମଧ୍ୟରେ ତିକ୍ତତା କ୍ରମାଗତ ବଢିବାରେ ଲାଗିଛି। ହେଜ୍‌ବୋଲ୍ଲା ଉପରେ ଚାପ ପକାଇବାକୁ ଇସ୍ରାଏଲ ଲେବାନନ୍‌ ଉପରେ ୩୦୦ ସ୍ଥାନରେ ରକେଟ୍‌...

ସନ୍ତୁଳିତ ରହିବ ଡାଇବେଟିସ୍‌

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଡାଇବେଟିସ୍‌ ଯଦି ଜଟିଳ ଆକାର ଧାରଣ କରେ ଏବଂ...

କୃତ୍ରିମ ରକ୍ତ

ପିଟ୍ସବର୍ଗ ମେଡିକାଲ ୟୁନିଭରସିଟିର ରୋଗୀ ରକ୍ତ ପରିଚାଳନା କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଜୋନାଥନ ୱାଟର୍ସ ଗତ ଏକ ଦଶନ୍ଧି ମଧ୍ୟରେ ଏହାକୁ ବ୍ୟବହାର କରି ଅନେକ ରୋଗୀଙ୍କ...

ଗାଜାରୁ ଲେବାନନ୍‌ ମୁହାଁଇଛି ସଂଘର୍ଷ

ବେରୁଟ୍‌,୨୩ା୯: ଲେବାନନ୍‌ର ଆତଙ୍କବାଦୀ ସଂଗଠନ ହେଜ୍‌ବୁଲ୍ଲା ଏବଂ ଇସ୍ରାଏଲୀ ସେନା ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଛି। ଇସ୍ରାଏଲ୍‌ର ଉତ୍ତର ଭାଗକୁ ଟାର୍ଗେଟ କରି ହେଜ୍‌ବୁଲ୍ଲା ଶତାଧିକ...

ଜାପାନ-ଆମେରିକା ଉପରେ ଆକ୍ରମଣ କରିବ ଚାଇନା? ଚମକାଇ ଦେଲେ ବିଶେଷଜ୍ଞ

ଟୋକିଓ,୨୩।୯: ତାଇୱାନର ଉତ୍ତେଜନା ଏବଂ ସେନକାକୁ ଦ୍ୱୀପପୁଞ୍ଜକୁ ନେଇ ବିବାଦ ମଧ୍ୟରେ ଚାଇନା-ଜାପାନ ସମ୍ପର୍କ ଏକ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଶାନ୍ତି...

ଉପାଦେୟ ଅଶୋକ ପୁଷ୍ପ

ରାମାୟଣରେ ବର୍ଣ୍ଣିତ ହୋଇଛି ଯେ, ରାବଣ ସୀତାଙ୍କୁ ଚୋରାଇ ନେଇ ଲଙ୍କାର ଅଶୋକ ବନରେ ବନ୍ଦୀ କରି ରଖିଥିଲା। ଅଶୋକ ବୃକ୍ଷ ମୂଳରେ ବସି ସୀତା...

ନିୟମିତ ଦହି ଖାଉଥିଲେ…

ଦହି ପ୍ରାକୃତିକ ଭାବେ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri