ଇନଷ୍ଟାଗ୍ରାମ୍‌ରେ କିଙ୍ଗ୍‌ ଖାଁଙ୍କ ଫଲୋଅର୍ସଙ୍କ ସଂଖ୍ୟା ୨ କୋଟି ଟପିଲା

ମୁମ୍ବାଇ: କିଙ୍ଗ୍‌ ଖାଁ ଶାହରୁଖଙ୍କ ପ୍ରଶଂସକଙ୍କ ପାଇଁ ଭଲ ଖବର ଆସିଛି। ଏବେ ଶାହରୁଖ ଖାଁଙ୍କ ଇନଷ୍ଟାଗ୍ରାମ୍‌ରେ ଫଲୋଅର୍ସଙ୍କ ସଂଖ୍ୟା ୨ କୋଟି ଟପିଛି। ଏବେ ଇନଷ୍ଟାରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଫଲୋଅର୍ସଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଥିଲା। ଏହା ୧କୋଟି ୪୧ ଲକ୍ଷ ଥିଲା। କିଛି ଦିନ ପୂର୍ବରୁ ଶାହରୁଖଙ୍କ ଫଲୋଅର୍ସ ସଂଖ୍ୟା ମଧ୍ୟ କମ୍‌ ଥିଲା ତେବେ ଇତି ମଧ୍ୟରେ ଏହା ବଢ଼ି ଯାଇଛି। ଏବେ କିଙ୍ଗ୍‌ ଖାଁ ବିଗ୍‌ ବିଙ୍କ ଫଲୋଅର୍ସ ସଂଖ୍ୟାକୁ ବି ପଛରେ ପକାଇ ଦେଇଛନ୍ତି। ଏନେଇ ପ୍ରଶଂସକମାନେ କିଙ୍ଗ୍‌ ଖାଁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଇନଷ୍ଟାରେ ସେ କମ୍‌ ଆକ୍ଟିଭ୍‌ ରହୁଥିବାରୁ ତାଙ୍କ ଫଲୋଅର୍ସଙ୍କ ସଂଖ୍ୟା ବଢୁ ନ ଥିବା କୁହାଯାଉଛି। ସେ ଇନଷ୍ଟାରେ ମାତ୍ର ୫୪୭ ପୋଷ୍ଟ ଶେୟାର କରିଛନ୍ତି। ଏବେ ଇନଷ୍ଟାରେ ଆମିର ଖାଁଙ୍କ ଫଲୋଅର୍ସ ସଂଖ୍ୟା ୨୯ ଲକ୍ଷ, କାଜୋଲଙ୍କର ୯୩ ଲକ୍ଷ ଏବଂ ଅଜୟ ଦେବଗନଙ୍କର ୫୨ ଲକ୍ଷ ରହିଛି। ସେହିପରି ଦୀପିକା ପାଦୁକୋନ୍‌ଙ୍କର ଫଲୋଅର୍ସଙ୍କ ସଂଖ୍ୟା ୪ କୋଟି ୨୯ ଲକ୍ଷ, ପ୍ରିୟଙ୍କା ଚୋପ୍ରାଙ୍କର ୪ କୋଟି ୮୨ ଲକ୍ଷ, ଶ୍ରଦ୍ଧା କପୁରଙ୍କର ୩ କୋଟି ୮୬ ଲକ୍ଷ, ଆଲିଆ ଭଟ୍ଟଙ୍କର ୪କୋଟି ୧୭ ଲକ୍ଷ, ଜୈକଲିନା ଫର୍ଣ୍ଣାଡିଜ୍‌ଙ୍କର ୩ କୋଟି ୬୦ ଲକ୍ଷ, ଅକ୍ଷୟ କୁମାରଙ୍କର ୩ କୋଟି ୫୩ ଲକ୍ଷ ଫଲୋଅର୍ସ ରହିଛନ୍ତି। ଅପରପକ୍ଷରେ ସନ୍ନୀ ଲିଓନିଙ୍କର ୩ କୋଟି ୨ ଲକ୍ଷ, ସଲମାନ୍‌ ଖାଁଙ୍କର ୨କୋଟି ୯୧ ଲକ୍ଷ, ସୋନମ୍‌ କପୁରଙ୍କର ୨ କୋଟି ୪୩ ଲକ୍ଷ, କ୍ୟାଟରିନା କୈଫ୍‌ଙ୍କର ୩ କୋଟି ୧୧ ଲକ୍ଷ, ବରୁଣ ଧାଓ୍ବନଙ୍କର ୨ କୋଟି ୫୦ ଲକ୍ଷ ଏବଂ ଶାହିଦ୍‌ କପୁରଙ୍କର ୨ କୋଟି ୪୭ ଲକ୍ଷ ଫଲୋଅର୍ସ ରହିଛନ୍ତି।

Share