Advertisement

ଇନସୁଲିନ୍‌ସ୍ତରକୁ ସ୍ବାଭାବିକ କରିବା ପାଇଁ ସକାଳେ ଏଥିରୁ ଅଧାଗ୍ଲାସେ…

ପ୍ରତିଦିନ ସକାଳେ ଅଧାଗ୍ଲାସେ ମେଥି ପାଣି ପିଇଲେ ବହୁ ଉପକାର ମିଳିଥାଏ। ଏହା ଇନସୁଲିନ୍‌ସ୍ତରକୁ ସ୍ବାଭାବିକ କରିଥାଏ। ଇନସୁଲିନ୍‌ ରକ୍ତରେ ଥିବା ଶର୍କରାକୁ ନିୟନ୍ତ୍ରିତ କରିଥାଏ। ଫଳରେ ଡାଇବେଟିସ୍‌ ହେବାର ଆଶଙ୍କା କମ୍‌ ହୋଇଥାଏ। ଏଥିରେ ଥିବା ଆମିନୋ ଏସିଡ୍‌ ଯୋଗୁ ଏହା ସମ୍ଭବ ହୁଏ। ମେଥିରେ ଥିବା ଆଣ୍ଟି-ଇନ୍‌ଫ୍ଲେମେଟୋରୀ ତତ୍ତ୍ୱ ଶରୀର ପାଇଁ ଉପକାରୀ ସାବ୍ୟସ୍ତ ହୋଇଥାଏ ବୋଲି ଏମ୍ସର ଆୟୁର୍ବେଦ ବିଭାଗରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ମେଥିଦାନାକୁ ପାଣିରେ ଭିଜାଇ ପିଇବା ଦ୍ୱାରା ଏହାର ପୁଷ୍ଟିସାର ତତ୍ତ୍ୱ ବହୁ ଗୁଣ ବଢିଯାଇଥାଏ। ତେଣୁ ମେଥି ପରିବର୍ତ୍ତେ ଏହାର ପାଣି ପିଇଲେ ବେଶୀ ଉପକାର ମିଳେ । ରାତିରେ ଏକ କପ୍‌ ପାଣିରେ କିଛି ମେଥି ଦାନା ପକାଇ ଭିଜାଇ ଏହି ପାଣିକୁ ଛାଣି ଖାଲିପେଟରେ ପିଇଲେ ଅନେକ ଉପକାର ମିଳିଥାଏ। ନିୟମିତ ସକାଳେ ମେଥିପାଣି ପିଇବା ଦ୍ୱାରା ହଜମ ଶକ୍ତି ବୃଦ୍ଧି ପାଇବା ସହ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ତ୍ୱଚାକୁ ସୁନ୍ଦର ଓ ସୁସ୍ଥ ରଖିଥାଏ । ଏଥିରେ ଥିବା ଫାଇବର୍‌ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ । ମେଥିପାଣିରେ ଥିବା ପୋଟାସିୟମ୍‌ ଶରୀରର ସୋଡିୟମ୍‌ସ୍ତରକୁ ନିୟନ୍ତ୍ରଣରେ ରଖେ । ଏହାଦ୍ୱାରା ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇ ହୃଦ୍‌କ୍ରିୟା ସ୍ବାଭାବିକ ହୁଏ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel