ନୂଆଦିଲ୍ଲୀ,୧୯।୧୧: ମଙ୍ଗଳବାର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ୧୦୨ ତମ ଜନ୍ମ ଦିବସ ଅବସରରେ ନାତୁଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାବୁକ ହୋଇଯାଇଛନ୍ତି। ସେ ଇନ୍ଦିରାଙ୍କ ଉଦ୍ଦେଶ୍ୟରେ ଏକ ଗୀତ ଲେଖି ଏହାକୁ ଟୁଇଟ୍ କରିଛନ୍ତି। ଏହା ସହିତ ପ୍ରିୟଙ୍କା ଇନ୍ଦିରାଙ୍କ ସହିତ ନିଜର ପିଲାବେଳର ଏକ କଳାଧଳା ଫଟୋ ଶେୟାର କରିଛନ୍ତି। ସେ ଇନ୍ଦିରାଙ୍କୁ ଅପରାଜେୟ ବ୍ୟକ୍ତିତ୍ୱ ଭାବେ ବର୍ଣ୍ଣନା କରିଛନ୍ତି। ପ୍ରିୟଙ୍କାଙ୍କ ଏହି ଗୀତକୁ ଅନେକ ପସନ୍ଦ କରିଛନ୍ତି।