Categories: ଜାତୀୟ

ଇନ୍ଦିରା ଜୟସିଂ ମୋତେ ଉପଦେଶ ଦେବାକୁ କିଏ: ଆଶା ଦେବୀ

ନୂଆଦିଲ୍ଲୀ,୧୮।୧: ନିର୍ଭୟାଙ୍କ ମା’ ଆଶା ଦେବୀ ବରିଷ୍ଠ ଆଇନଜୀବି ଇନ୍ଦିରା ଜୟସିଂଙ୍କ ଉପଦେଶକୁ ନେଇ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ଆଶା ଦେବୀ କହିଛନ୍ତି ଇନ୍ଦିରା ମୋତେ ଉପଦେଶ ଦେବାକୁ କିଏ? ସାରା ଦେଶ ବଳାତ୍କାରୀଙ୍କୁ ଫାଶୀ ଖୁଣ୍ଟରେ ଝୁଲିବାକୁ ଚାହୁଁଥିବା ବେଳେ ଇନ୍ଦିରା ଜୟସିଂଙ୍କ ଯୋଗୁ ଏମାନଙ୍କୁ ଦଣ୍ଡ ମିଳିବାରେ ବିଳମ୍ବ ହେଉଛି ବୋଲି ଆଶା ଦେବୀ କହିଛନ୍ତି। ବିଶ୍ୱାସ ହେଉନି ଇନ୍ଦିରା ଏମିତି ମତ ଦେବାକୁ କେମିତି ସାହସ କଲେ। ସୁପ୍ରିମକୋର୍ଟରେ ଇନ୍ଦିରାଙ୍କ ସହ ବହୁବାର ଆଶା ଦେବୀଙ୍କର ସାକ୍ଷାତ୍‌ ହୋଇଥିବା ବେଳେ କେବେ ବି ସେ ତାଙ୍କ କଷ୍ଠ କଥା ପଚାରି ନ ଥିବା ବେଳେ ଏବେ କେମିତି ଦୋଷୀଙ୍କୁ କ୍ଷମା ଦେବା କଥା ଉଠାଇଛନ୍ତି ବୋଲି ଆଶା ଦେବୀ କହିଛନ୍ତି। କେତେଜଣ ଲୋକ ବଳାତ୍କାରୀଙ୍କୁ ସମର୍ଥନ କରି ସେମାନଙ୍କ ଗୁଜରାଣ ମେଣ୍ଟାଉଛନ୍ତି, ସେଥିପାଇଁ ବଳାତ୍କାର ସଂଖ୍ୟା ବଢିବାରେ ଲାଗୁଛି ବୋଲି ଆଶା ମତ ଦେଇଛନ୍ତି। ସୂଚନାଯୋଗ୍ୟ, ଇନ୍ଦିରା ଜୟସିଂ ନିର୍ଭୟାଙ୍କ ମା’ଙ୍କୁ ସୋନିଆ ଗାନ୍ଧୀଙ୍କୁ ଅନୁକରଣ କରିବାକୁ କହିଥିଲେ। ଯେମିତି ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ନଳିନୀଙ୍କୁ କ୍ଷମା କରିଦେଇଥିଲେ ସେମିତି ନିର୍ଭୟାଙ୍କ ମା’ଙ୍କୁ କରିବା କଥା। ଇନ୍ଦିରା କହିଥିଲେ ଆମେ ତୁମ ସହ ଅଛୁ ହେଲେ ମୃତ୍ୟୁ ଦଣ୍ଡକୁ ବିରୋଧ କରୁଛୁ।

Share