Categories: ଜାତୀୟ

ଇନ୍ଦିରା-ନେହେରୁଙ୍କ ବଂଶଜ ଯୋଗକୁ ସମ୍ମାନ ଦେଇନାହାନ୍ତି ବୋଲି ଶାସନ ଗାଦିରୁ ହଟିଲେ

ନୂଆଦିଲ୍ଲୀ, ୨୦।୬: ଅନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ଯୋଗଗୁରୁ ସ୍ବାମୀ ରାମଦେବ ନେହୁର-ଇନ୍ଦିରାଙ୍କ ବଂଶଜଙ୍କ ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ କହିଛନ୍ତି, ନେହୁର ଇନ୍ଦିରାଙ୍କ ବଂଶଜ ଘରେ ଲୁଚିକି ଯୋଗ କରନ୍ତି, କିନ୍ତୁ ଯୋଗକୁ ସମ୍ମାନ ଦିଅନ୍ତି ନାହିଁ। ଯାହାର ପରିଣାମ ସ୍ବରୂପ ସେମାନଙ୍କୁ ଶାସନ ଗାଦିରୁ ହଟିବାକୁ ପଡିଛି। ଯେଉଁମାନେ ଯୋଗ କରନ୍ତି, ଭଗବାନ ସିଧା ସେମାନଙ୍କୁ ଆଶୀର୍ବାଦ ଦିଅନ୍ତି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣ ଲୋକଙ୍କ ସହ ମିଶି ଯୋଗ କରନ୍ତି। ଭାଜପା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଏମ୍‌ପି ଏବଂ ବିଧାୟକମାନେ ଯୋଗକୁ ଗୁରୁତ୍ୱ ଦେଉଥିବାରୁ ସେମାନଙ୍କ ଗୌରବ ପ୍ରାପ୍ତ ହୋଇଛି। ନେହୁର-ଗାନ୍ଧୀଙ୍କ ପରପୀଢି ଯୋଗକୁ ସମ୍ମାନ ଦେଉଥିବାରୁ ଶାସନ ସେମାନଙ୍କ ହାତରୁ ଚାଲିଯାଇଛି ବୋଲି ରାମଦେବ କହିଛନ୍ତି।

Share