ଇନ୍ଦିରା ମଇଦାନକୁ ସ୍ଥାନାନ୍ତର ହେଲା ପିପିଲି ହାଟ

ପିପିଲି,୨୪ା୩(ସ୍ବ.ପ୍ର)- କରୋନା ସଂକ୍ରମଣ ରୋକିବା ପାଇଁ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ଜିଲାର ସମସ୍ତ ହାଟ, ମେଳଣ, ବାହାଘର, ସଭାକୁ ରୋକ ଲାଗିଥିବା ବେଳେ ପିପିଲି ହାଟକୁ ପ୍ରଶାସନ ବନ୍ଦ କରିଛନ୍ତିି। ହାଟର ବ୍ୟବସାୟୀ ଓ ଖାଉଟିଙ୍କ ସୁବିଧା ପାଇଁ ପିପିଲି ହାଟକୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ସ୍ଥାନୀୟ ଇନ୍ଦିରା ମଇଦାନ(ପଦା ପଡିଆ)କୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରିଦିଆଯାଇଛି। ଏ ନେଇ ସୋମବାର ପିପିଲି ଥାନା ଅଧିକାରୀଙ୍କ ପ୍ରକୋଷ୍ଠରେ ପିପିଲି ହାଟର ବ୍ୟବସାୟୀ ପ୍ରତିନିଧି ଓ ପିପିଲି ପ୍ରଶାସନିକ ଅଧିକାରୀଙ୍କ ମିଳିତରେ ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ବସିଥିଲା। ଏଥିରେ ପିପିଲି ତହସିଲଦାର ସପନ କୁମାର ନନ୍ଦ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନୀଳକଣ୍ଠ ବେହେରା, ପିପିଲି ଥାନା ଆଇଆଇସି ଗୈାରାଙ୍ଗ ଚରଣ ପୃଷ୍ଟି, ସମିତି ସଭ୍ୟ ଧରଣୀ ଧର ସାହୁ, ସେକ୍‌ ବାବୁ ଏବଂ ହାଟ ବ୍ୟବସାୟୀ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ। ଆଲୋଚନାରେ ସାମାଜିକ ଦୂରତ୍ୱ ରଖିବା ସହ ବ୍ଲିଚିଙ୍ଗ ଓ ସାନିଟାଇଜର ବ୍ୟବସ୍ଥା ରହିବ। ଏକ ୫ଜଣିଆ ଟିମ ଏହି ଅସ୍ଥାୟୀ ହାଟର ତଦାରଖ କରିବେ ବୋଲି ନିଷ୍ପତ୍ତି ହୋଇଛି।