Categories: ଖେଳ

ଇନ୍ଦୋରରେ ଜିଲାପିର ମଜା ନେଲେ ଖେଳାଳି

ଇନ୍ଦୋର,୧୫।୧୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଇନ୍ଦୋରରେ ପ୍ରଥମ ଟେଷ୍ଟ ଖେଳାଯାଉଛି। ଇନ୍ଦୋର ପୋହା ଏବଂ ଜିଲାପି ପାଇଁ ସାରା ବିଶ୍ୱରେ ଖ୍ୟାତ। ଏହାର ମଜା ଉଠାଇଛନ୍ତିି ଖେଳାଳି। କେବଳ ଖେଳାଳିମାନେ ନୁହେଁ, କମେଣ୍ଟେଟର୍ସମାନେ ମଧ୍ୟ ପୋହା ଏବଂ ଜିଲାପିର ମଜା ନେଉଛନ୍ତି। ଏହି ମ୍ୟାଚରେ କମେଣ୍ଟ୍ରି କରୁଥିବା ଭି.ଭି.ଏସ୍‌ ଲକ୍ଷ୍ମଣ ଜିଲାପି ଖାଉଥିବା ଫଟୋ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନନ୍ତି। ତାଙ୍କ ସହ ପୂର୍ବତନ ଓପନର ଗୌତମ ଗମ୍ଭୀର ଏବଂ ଜତିନ ଶଫ୍ରୁ ମଧ୍ୟ ଏହି ଫଟୋରେ ନଜର ଆସିଛନ୍ତି।

Share