Categories: ଜାତୀୟ

ଇନ୍ଦ୍ରମଣି ବୋରାଙ୍କ ପରଲୋକ

ଗୁଆହାଟୀ,୨୮।୧୨: ଆସାମ ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ଅଧ୍ୟକ୍ଷ ଇନ୍ଦ୍ରମଣି ବୋରାଙ୍କର ପରଲୋକ ହୋଇଛି। ଗୁଆହାଟୀର ଉଜନ ବଜାରରେ ଥିବା ତାଙ୍କ ନିଜ ଘରେ ଶନିବାର ୮୧ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ବାର୍ଦ୍ଧକ୍ୟ ଯୋଗୁ ତାଙ୍କର ପରଲୋକ ହୋଇଥିବା କୁହାଯାଉଛି। ସେ ରାଜ୍ୟ ସଭାର ଏମ୍‌ପି ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ୨୦୦୭ରେ ସେ ସକ୍ରିୟ ରାଜନୀତିରୁ ଅବସର ନେବାପରେ ତ୍ରୁଣମୂଳ ସ୍ତରରେ ଦଳୀୟ କର୍ମକର୍ତ୍ତାଙ୍କ ସହ କାମ କରୁଥିଲେ। ଆସାମ ଭାଜପାର ଅଧ୍ୟକ୍ଷ ଭାବେ ସେ ୨୦୦୩ରେ ନିର୍ବାଚିତ ହୋଇଥିଲେ।

Share