ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳ ପତ୍ତନ ଶନିବାର ସନ୍ଧ୍ୟା ସୁଦ୍ଧା ୬୪୦.୦୬ ମିଟର: ୨ଟି ଗେଟ୍‌ ଖୋଲା

ତେନ୍ତୁଳିଖୁଣ୍ଟି,୧୦।୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳ ପତ୍ତନ ଶନିବାର ସନ୍ଧ୍ୟାସୁଦ୍ଧା ୬୪୦.୦୬ ରହିଛି। ବର୍ତ୍ତମାନ ୨ ଓ ୬ ନଂ.ଗେଟ୍‌ ଦେଢ଼ ମିଟର ଲେଖାଏ ଖୋଲାରହିଛି। ମୁଖୀଗୁଡ଼ା ପାଓ୍ବାର ହାଉସ୍‌ରେ ୩ଟି ଟର୍‌ବାଇନ୍‌ ଚାଲୁରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡ୍‌ରେ ୫୮୧.୫୩ ଘନମିଟର ଜଳ ପ୍ରବେଶ କରୁଛି। ବିଦ୍ୟୁତ୍‌ ଉତ୍ପାଦନ ପରେ ୬୪୦.୫୨୮ ଘନମିଟର ଜଳ ନିଷ୍କାସିତ ହେଉଛି। ଉପରମୁଣ୍ଡରେ ବର୍ଷା ନାହିଁ। ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ କର୍ତ୍ତୃପକ୍ଷ ଘଣ୍ଟାକୁ ଘଣ୍ଟା ଜଳଭଣ୍ଡାରର ଜଳପତ୍ତନ ଉପରେ ନଜର ରଖିଛନ୍ତି। ଜଳଭଣ୍ଡାରର ଜଳ ପତ୍ତନରେ ସ୍ଥିରତା ଆଣିବା ତଥା ତଳମୁଣ୍ଡ ବାସିନ୍ଦାଙ୍କୁ ବନ୍ୟା ବିତ୍ପତ୍ତିରୁ ରକ୍ଷା କରିବା ପାଇଁ ମୁଖୀଗୁଡ଼ା କର୍ତ୍ତୃପକ୍ଷ ରାତିରେ ୪ଟି ଯାକ ଟର୍‌ବାଇନ୍‌ ଚାଲୁ କରି ବିଦ୍ୟୁତ ଆବଶ୍ୟକତା ପୂରଣ ଦିଗରେ ମଧ୍ୟ ପ୍ରୟାସ କରିବେ ବୋଲି ଜଣାପଡ଼ିଛି।

Share