ଇନ୍ଦ୍ରାବତୀ ଜଳଭଣ୍ଡାରର ୨ଟି ଗେଟ୍‌ ଖୋଲିଲା

ତେନ୍ତୁଳିଖୁଣ୍ଟି,୮।୮(ଡି.ଏନ୍‌.ଏ.) : ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଇନ୍ଦ୍ରାବତୀସ୍ଥିତ ଦେଓପାଲି ବନ୍ଧର ୨ଟି ଗେଟ୍‌ ଗୁରୁବାର ଅପରାହ୍ନରେ ଖୋଲାଯାଇଛି। ଉଭୟ ଗେଟ୍‌ ଖୋଲାଯିବା ପୂର୍ବରୁ ଜଳଭଣ୍ଡାରର ଜଳ ପତ୍ତନ ୬୩୯. ୮୦ ମିଟର ରହିଥିଲା। ପ୍ରଥମେ ୬ ନଂ .ଗେଟ୍‌ ୨ ମିଟର ଖୋଲାଯାଇଥିବା ବେଳେ ପରେ ୨ ନଂ. ଗେଟ୍‌ ଦେଢ଼ ମିଟର ଖୋଲାଯାଇଥିଲା। ୬ ନଂ ଗେଟ୍‌ ଦେଇ ୧୮୦ ଘନମିଟର ଜଳ ନିଷ୍କାସିତ ହେଉଛି। ସର୍ବୋଚ୍ଚ ଯନ୍ତ୍ରୀ (୨) ଲମ୍ବୋଦର ପ୍ରଧାନଙ୍କ ଉପସ୍ଥିତିରେ ଗେଟ୍‌ ଖୋଲାଯାଇଥିଲା। ଏହି ସମୟରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଂ ଗୋପାଳ ଚନ୍ଦ୍ର ଦାସ, ଏସିସି ଲମ୍ବୋଦର ପୁହାଣ, ପୋଡ଼ାଗଡ଼ ବନ୍ଧ ନିର୍ବାହୀ ଯନ୍ତ୍ରୀ ସାମନ୍ତ ଶେଖର ଧଳ, ସହକାରୀ ଯନ୍ତ୍ରୀ ସୋମନାଥ ମହାରଣା, ଇଂ ନିରାକାର ପାଇକ, ଇଂ ଶ୍ରୀନିବାସ ପାତ୍ର, ଇଂ ବାଲାଜୀ ପାତ୍ର, ଇଂ ବିକ୍ରମ ମହାପାତ୍ର, ଇଂ ସରୋଜ କାନ୍ତ ଦାସ, ବୈଷ୍ଣବ ସାହୁ, କିଶୋର ପଣ୍ଡା, ମନୋଜ କୁମାରଙ୍କ ସମେତ ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ। ଜଳଭଣ୍ଡାର ମଧ୍ୟକୁ ୨୫୪.୯୫ ଘନମିଟର ଜଳ ପ୍ରବେଶ କରୁଛି। ଗେଟ୍‌ ଖୋଲାଯିବା ପରେ ଜିଲାପାଳ ଅଜିତ୍‌ କୁମାର ମିଶ୍ର, ବିଡିଓ ଅକ୍ଷମିତା କାର୍ତ୍ତିକ, ତେନ୍ତୁଳିଖୁଣ୍ଟି ତହସିଲଦାର ପ୍ରଦୀପ କର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

Share