ରାୟପୁର,୧୬।୧୨: ଛତିଶଗଡ଼ରେ ଇନ୍ଦ୍ରାବତୀ ନଦୀର ସାତଧାର ଅଞ୍ଚଳଙ୍କୁ ସ୍ବଚ୍ଛ ରଖିବା ପାଇଁ ସିଆର୍ପିଏଫ୍ ଯବାନ ଅଣ୍ଟା ଭିଡ଼ିଛନ୍ତି। ସିଆର୍ପିଏଫ୍ ୧୯୫ ବାଟାଲିୟନ୍ର ଯବାନ ଏହି ଅଞ୍ଚଳକୁ ପ୍ଲାଷ୍ଟିକ୍ ମୁକ୍ତ ରଖିବା ପାଇଁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି। ସ୍ଥାନୀୟ ବାରସୁର ସ୍ଥିତ କ୍ୟାମ୍ପ୍ର ଆଖପାଖ ଅଞ୍ଚଳରେ ଯବାନମାନେ ନିୟମିତ ସଫେଇ କାର୍ଯ୍ୟ କରିବେ। ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କୁ ସ୍ବଚ୍ଛତା ସମ୍ପର୍କରେ ସଚେତନ କରାଇବା ସହିତ ପରିବେଶ ସଂରକ୍ଷଣ ପ୍ରତି ସିଆର୍ପିଏଫ୍ ଯବାନମାନଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି।