Categories: ବାଣିଜ୍ୟ

ଇନ୍ଧନ ସଞ୍ଚୟ କ୍ଷେତ୍ରରେ ମହିନ୍ଦ୍ରା ବ୍ଲେଜୋର ସଫଳତା

ମୁମ୍ବାଇ,୧୭-୧୦: ମହିନ୍ଦ୍ରା ଟ୍ରକ ଆଣ୍ଡ ବସ୍‌( ଏମ୍‌ଟିବି) ଡିଭିଜନ ପକ୍ଷରୁ ଏହାର ବ୍ଲେଜୋ ମଡେଲ ଇନ୍ଧନ ସଞ୍ଚୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବଜାରକୁ ଆସିବାର ୩ ବର୍ଷ ମଧ୍ୟରେ ଏହି ମଡେଲ ଦେଶର ସବୁଠାରୁ ଅଧିକ ଇନ୍ଧନ ସଞ୍ଚୟକାରୀ ଟ୍ରକ ହୋଇ ପାରିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। କମ୍ପାନୀ ଏହାର ଗ୍ରାହକଙ୍କ ଲାଗି ବିଏସ୍‌ -୬ ପ୍ରଡକ୍ଟଗୁଡିକୁ ସରଳୀକରଣ କରିବା ଦିଗରେ କାର୍ଯ୍ୟ କରୁଛି। ୬ ମାସ ମଧ୍ୟରେ ଆଇସିଭି ସେଗମେଣ୍ଟରେ ଏହା ୪ତମ ସ୍ଥାନରେ ରହିଛି। ଉକ୍ତ ସେଗମେଣ୍ଟରେ ଏହା ଶୀଘ୍ର ସମ୍ପୂର୍ଣ୍ଣ ରେଞ୍ଜ ପ୍ଲେୟର ଭାବେ କାର୍ଯ୍ୟ କରିବ। କମ୍ପାନୀ କର୍ମଚାରୀ ଏବଂ ସ୍କୁଲ ସେଗମେଣ୍ଟ ଲାଗି ଲଙ୍ଗ ଟର୍ମ ଓଭରଲଙ୍ଗ(ଏଲ୍‌ପିଓ) ରେଞ୍ଜରେ କ୍ରୁଜିଓ ଯାନ ଆଣିଛି। ବିସ୍ତୃତ ସର୍ଭିସ ଏବଂ ସ୍ପେୟାର ନେଟଓ୍ବର୍କ ସହ ସେବା ଯୋଗାଣ ହେଉଥିବା କମ୍ପାନୀ ପକ୍ଷରୁ କୁହାଯାଇଛି। ଏହା ୧୦୦ରୁ ଉର୍ଦ୍ଧ୍ୱ ୩ଏସ୍‌ ଡିଲରଶିପ, ୨୧୦ ଅଧିକୃତ ସର୍ଭିସ ସେଣ୍ଟର, ବିସ୍ତୃତ ସ୍ପେୟାର ରିଟେଲ ଆଉଟଲେଟ, ୩୯ ଷ୍ଟ୍ରାଟେଜିକ ପାର୍ଟସ ପ୍ଲାଜା ଏବଂ ୩ ସର୍ଭିସ କରିଡର ସହ ସେବା ଯୋଗାଉଛି।

Share