‘ଇନ୍‌ଟାଞ୍ଜିବଲ କଲ୍‌ଚରାଲ ହେରିଟେଜ୍‌’ ତାଲିକାରେ ଓଡ଼ିଶାର ୩ ପରମ୍ପରା

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ‘ଇନ୍‌ଟାଞ୍ଜିବଲ କଲ୍‌ଚରାଲ ହେରିଟେଜ୍‌’ ତାଲିକାରେ ଭାରତ ସରକାର ଓଡ଼ିଶାର ୩ ସାଂସ୍କୃତିକ ପରମ୍ପରାକୁ ସାମିଲ କରିଛନ୍ତି। ସେଗୁଡିକ ହେଲୋ ମାଣବସା ଗୁରୁବାର, ଛଉନୃତ୍ୟ ଏବଂ ରାବଣଛାୟାକୁ ଏହି ତାଲିକାରେ ସ୍ଥାନିତ କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ୍‌ କରିଛନ୍ତି। ଏହି ଐତିହାସିକ ନିର୍ଣ୍ଣୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସାଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଧନ୍ୟବାଦ ଜଣାଇଛନ୍ତି। ଧର୍ମେନ୍ଦ୍ର ଭାରତ ସରକାରଙ୍କ ଏହି ନିର୍ଣ୍ଣୟ ଓଡ଼ିଶାର ଅନନ୍ୟ, ଐତିହ୍ୟ ଓ ସାଂସ୍କୃତିକ ଚିହ୍ନକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବ ବୋଲି ଟୁଇଟ୍‌ରେ କହିଛନ୍ତି।

Share