Categories: ରାୟଗଡା

ଇନ୍‌ଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୧୮।୭(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଜିଲା ଅନ୍ତର୍ଗତ ଚିନ୍ତାପାଲ୍ଲୀ ମଣ୍ଡଳର ଭୀରାଭରମ ଗ୍ରାମର ୨ ଜଣଙ୍କୁ ମାଓବାଦୀମାନେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ହତ୍ୟା କରିଛନ୍ତି। ଅନ୍ୟ ଜଣଙ୍କୁ ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି।

ବୁଧବାର ରାତିରେ ୨୦ରୁ ଊର୍ଦ୍ଧ୍ୱ ମାଓବାଦୀ ସଂପୃକ୍ତ ଗ୍ରାମକୁ ଯାଇ ପାଙ୍ଗି ସାତିବାବୁ, ଗାମେଲା ଭାସ୍କର ଓ ପାଙ୍ଗି ଲିଙ୍ଗାଙ୍କୁ ନିଦରୁ ଉଠାଇଥିଲେ। ଏହାପରେ ସମସ୍ତଙ୍କୁ ନିସ୍ତୁକ ମାଡ଼ ମାରିଥିବାବେଳେ ତାଙ୍କ ପରିବାରବର୍ଗ ସେମାନଙ୍କୁ ଛାଡ଼ି ଦେବାକୁ ଅନୁରୋଧ କରିଥିଲେ। ମାତ୍ର ମାଓବାଦୀମାନେ ସାତିବାବୁ ଓ ଭାସ୍କରଙ୍କ ମୁଣ୍ଡରେ ଧାରୁଆ ଅସ୍ତ୍ରରେ ପ୍ରହାର କରିଥିଲେ। ଫଳରେ ସଂପୃକ୍ତ ଦୁଇଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଲିଙ୍ଗାଙ୍କୁ ଧମକ ଦେଇ ଛାଡ଼ି ଦେଇଥିଲେ। ପରେ ତେଲୁଗୁ ଭାଷାରେ ଲିଖିତ ପୋଷ୍ଟର କାନ୍ଥରେ ଲଗାଇ ଚାଲିଯାଇଥିଲେ। ଏହାକୁ ନେଇ ସଂପୃକ୍ତ ଗ୍ରାମରେ ଭୟର ବାତାବରଣ ଦେଖାଦେଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।