ଇନ୍‌ଫେକ୍‌ଶନର କାରଣ ହୋଇପାରେ ଟୁଥ୍‌ବ୍ରଶ

ଇନ୍‌ଫେକ୍‌ଶନର କାରଣ ହୋଇ ପାରେ ଟୁଥ୍‌ବ୍ରଶ-ଏପରି ସତର୍କ ସୂଚନା ଦେଇଛନ୍ତି କାଲିଫର୍ନିଆ ବିଶ୍ୱବିଦ୍ୟାଳୟର ମେଡିସିନ ବିଶେଷଜ୍ଞମାନେ। ସେମାନେ ଏକ ସର୍ଭେରୁ ଜାଣିପାରିଛନ୍ତି ଯେ ନିର୍ଦ୍ଦିଷ୍ଟ ସମୟ ଅନ୍ତରାଳରେ ଟୁଥ୍‌ବ୍ରଶ ଯଦି ବଦଳାଉ ନାହାନ୍ତି କିମ୍ବା ଦାନ୍ତ ଘଷିବା ପରେ ଏହାର ଠିକ୍‌ ଭାବରେ ତଥା ଯତ୍ନର ସହ ରଖୁନାହାନ୍ତି ତେବେ ଶରୀରରେ ଇନ୍‌ଫେକ୍‌ଶନ ହେବାର ଆଶଙ୍କା ରହିଛି। ଟୁଥ୍‌ବ୍ରଶକୁ ଯଦି ଓଦା ଅବସ୍ଥାରେ କଭର ଭିତରେ ରଖୁଛନ୍ତି ତେବେ ସେପରି ଅବସ୍ଥାରେ ଟୁଥ୍‌ବ୍ରଶରେ ‘ମେଥିସିଲିନ୍‌ ରେଜିଷ୍ଟାଣ୍ଟ ଷ୍ଟାଫିଲୋକୋକୋସ୍‌ ଅରେଅସ’ ନାମକ କ୍ଷତିକାରକ ଜୀବାଣୁ ସୃଷ୍ଟି ହୋଇଥାଆନ୍ତି। ଏହି ଜୀବାଣୁ ଶରୀର ଭିତରକୁ ପ୍ରବେଶ କଲେ ଇନ୍‌ଫେକ୍‌ଶନ ହେବାର ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ଟୁଥ୍‌ବ୍ରଶକୁ ଦାନ୍ତ ଘଷି ସାରି ଏହା ଶୁଖିଯିବା ପରେ କଭର ଭିତରେ ରଖନ୍ତୁ।