ଇନ୍‌ଫ୍ରା ରେଡ, ଅଲଟ୍ରା ଭାଓଲେଟ କିରଣ ଯୋଗୁ କମିବ କରୋନା ସଂକ୍ରମଣ!

ଏଥେନ୍ସ,୬ ।୪: ଦୀନ ବଡ ଓ ଗ୍ରୀଷ୍ମର ପ୍ରଭାବ ଅଧିକ ହେଲେ କରୋନା ସଂକ୍ରମଣ କମ୍ ହେବ ବୋଲି କୁହାଯାଉଛି । ବିଶେଷ କରି ଏହାଦ୍ୱାରା ଖୋଲା ସ୍ଥାନରେ ସଂକ୍ରମଣ କମ୍ ହେବ ବୋଲି କହୁଛନ୍ତି ବିଶେଷଜ୍ଞ । ଗ୍ରୀସର ପ୍ରମୁଖ ଗବେଷଣା ସଂସ୍ଥା ଦ୍ୱାରା କରାଯାଇଥିବା ଗବେଷଣାରେ ଗବେଷକମାନେ ଏହା କହିଛନ୍ତି । ସେମାନଙ୍କ ମତରେ ସୂର୍ଯ୍ୟଙ୍କ କିରଣରେ ଥିବା ଇନଫ୍ରା-ରେଡ(ଆଇଆର) ଓ ଅଲଟ୍ରା-ଭାଓଲେଟ(ୟୁଆର୍‌) କିରଣ ଦ୍ୱାରା କରୋନା ସଂକ୍ରମଣ କମ୍ ହେବ ବୋଲି ଆଶା କରାଯାଉଛି । ଗବେଷକଙ୍କ ମତରେ ଶୀତ ପରେ ଏବେ ଦିନ ବଡ ହେବା ଫଳରେ ପରିବେଶରେ ସୂର୍ଯ୍ୟଙ୍କ କିରଣ ସହ ଏହି ଇନଫ୍ରା-ରେଡ ଓ ଅଟ୍ରା-ଭାଓଲେଟ କିରଣର ମାତ୍ରା ମଧ୍ୟ ବଢିଛି । ଏହାର ପ୍ରଭାବ ଖୁବ୍‌ଶୀଘ୍ର ଆସିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ଏହାସହ କୃତ୍ରିମ ଇନଫ୍ରା-ରେଡ ଓ ଅଟ୍ରା-ଭାଓଲେଟ କିରଣକୁ ସାନିଟାଇଜେଶନ ପାଇଁ ବ୍ୟବହାର କରାଯାଇପାରିବ ବୋଲି ସେମାନେ କହିଛନ୍ତି । ବିଶେଷଜ୍ଞମାନେ ପୂର୍ବରୁ କହିଛନ୍ତି ଅଲଟ୍ରା-ଭାଓଲେଟ କିରଣ ଯେ କୌଣସି ଜୀବର ଡିଏନ୍‌ଏ ଓ ଆର୍‌ଏନ୍‌ଏରେ ଥିବା ନ୍ୟୁକ୍ଲିକ ଏସିଡକୁ ନଷ୍ଟ କରିଥାଏ । ତେଣୁ ଏହି କିରଣର ପ୍ରଭାବ ଭାଇରସ ଓ ବ୍ୟାକ୍ଟେରିଆର ଆର୍‌ଏନ୍‌ଏ ଉପରେ ପଡିବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

Share