‘ଇନ୍‌ଶାଅଲ୍ଲାହ’ରେ ସଲମାନ୍‌ ନୁହେଁ, ଆଲିଆଙ୍କ ବିପକ୍ଷରେ ନଜର ଆସିବେ ହ୍ରିତିକ୍‌ !

ମୁମ୍ବାଇ: ସଞ୍ଜୟ ଲୀଲା ବନ୍‌ଶାଲୀଙ୍କ ଫିଲ୍ମ ‘ଇନ୍‌ଶାଅଲ୍ଲାହ’ରେ ନାୟକ କିଏ ହେବ ତାହା ସ୍ଥିର ହୋଇପାରୁନାହିଁ। ପ୍ରଥମେ ଏଥିରେ ଆଲିଆ ଭଟ୍ଟଙ୍କ ସହ ସଲମାନ୍‌ ଖାନ୍‌ଙ୍କୁ ଦେଖିବାକୁ ମିଳିବ ବୋଲି କୁହାଯାଉଥିଲା। ଏନେଇ ଘୋଷଣା ମଧ୍ୟ ହୋଇଥିଲା। କିନ୍ତୁ ଏବେ ସଲମାନ ଫିଲ୍ମକୁ କରିବାକୁ ମନା କରିଦେବା ପରେ ଆଲିଆଙ୍କ ବିପକ୍ଷରେ କିଏ ନାୟକ ହେବ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଥମେ ଶାହରୁଖ ଖାନ୍‌ ଏବଂ ରଣବୀର ସିଂହ ଫିଲ୍ମରେ କାମ କରିପାରନ୍ତି ବୋଲି ଶୁଣାଯାଉଥିବା ବେଳେ ଏବେ ହ୍ରିତିକ୍‌ ରୋଶନଙ୍କ ନାମ ତାଲିକାରେ ଯୋଡ଼ି ହୋଇଛି। ନିକଟରେ ହ୍ରିତିକ ବନଶାଲୀଙ୍କୁ ଭେଟିଛନ୍ତି। ଏଣୁ ସେ ନାୟକ ହୋଇପାରନ୍ତି ବୋଲି ଆଲୋଚନା ହେଉଛି।
ତେବେ ପୂର୍ବରୁ ହ୍ରିତିକ୍‌ ବନଶାଲୀଙ୍କ ଫିଲ୍ମ ‘ଗୁଜାରିଶ୍‌’ରେ କାମ କରିଛନ୍ତି। ବକ୍ସ ଅଫିସରେ ଏହା ଭଲ ପ୍ରଦର୍ଶନ କରି ନ ଥିଲେ ହେଁ ଚଳଚ୍ଚିତ୍ରରେ ତାଙ୍କ କାମକୁ ବେଶ୍‌ ପସନ୍ଦ କରାଯାଇଥିଲା। ଆଉ ଏବେ ଆଲିଆଙ୍କ ସହ ତାଙ୍କର ଯୋଡ଼ି ହେବା ନିଶ୍ଚିତ ହେଲେ ଉଭୟଙ୍କୁ ଦର୍ଶକେ ପ୍ରଥମ ଥର ଲାଗି ଉଭୟଙ୍କୁ ଏକାଠି ଦେଖିବେ।

Share