ଇନ୍‌ଷ୍ଟାଗ୍ରାମରେ ଗୋଟିଏ ପୋଷ୍ଟ ପାଇଁ ଏହି ଅଭିନେତ୍ରୀ ନିଅନ୍ତି କୋଟି କୋଟି ଟଙ୍କା

ମୁମ୍ବାଇ: ବଲିଉଡ୍‌ର ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ଜୋନସ୍‌ ବି ଟାଉନରେ ନିଜ କାମ ହେଉ ବା ଲଭ୍‌ଲାଇଫ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଫିଲ୍ମ, ବିଜ୍ଞାପନ, ଇଭେଣ୍ଟ ହେଉ କି ସୋସିଆଲ ମିଡିଆରେ ତାଙ୍କର ବେଶ୍‌ ପପୁଲାରିଟି ରହିଥିବା ବେଳେ ଏଥିରୁ ସେ କୋଟି କୋଟି ଟଙ୍କା ମଧ୍ୟ ଆୟ କରିଥାନ୍ତି। ଚଳିତ ବର୍ଷ ହୋପରଏଚ୍‌କ୍ୟୁ(HopperHQ) ଦ୍ୱାରା ଇନ୍‌ଷ୍ଟାଗ୍ରାମର ଧନୀ ତାଲିକା ଶେୟାର କରାଯାଇଛି। ୨୦୧୯ ଇନ୍‌ଷ୍ଟାଗ୍ରାମର ଧନୀ ତାଲିକାରେ ପ୍ରିୟଙ୍କା ଚୋପ୍ରା ସାମିଲ ହୋଇଥିବା ପ୍ରଥମ ବଲିଉଡ୍‌ ଅଭିନେତ୍ରୀ। ଏହି ତାଲିକାରେ ପ୍ରିୟଙ୍କା ୧୯ତମ ସ୍ଥାନରେ ଥିବା ବେଳେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ୪୩,୦୩୮,୩୪୩ ଫଲୋର୍ସ ରହିଛନ୍ତି। ପିୟଙ୍କା ତାଙ୍କର ସିଙ୍ଗଲ୍‌ ୍‌ଇନ୍‌ଷ୍ଟା ପୋଷ୍ଟ ପାଇଁ ୧.୮୭ କୋଟି ଟଙ୍କା ନେଉଥିବା ଜଣାପଡ଼ିଛି। ଏହି ଅଭିନେତ୍ରୀଙ୍କର ବଲିଉଡ୍‌ ଓ ହଲିଉଡ୍‌ ଇଣ୍ଡଷ୍ଟ୍ରିରେ ବେଶ୍‌ ପପୁଲାରିଟି ରହିଛି। ସେ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି। ପ୍ରଫେସ୍‌ନାଲ ପ୍ରୋଜେକ୍ଟ ହେଉ କି ବଡ଼ ବଡ଼ ବ୍ରାଣ୍ଡଗୁଡିକୁ ସେ ନିଜର ଇନ୍‌ଷ୍ଟା ଓ ଟୁଇଟର ଜରିଆରେ ପ୍ରମୋଟ କରିଥାନ୍ତି। ଗତ ବର୍ଷ ପ୍ରିୟଙ୍କା ଗ୍ଲୋବାଲ ଆଇକନ୍‌ ଭାବେ ପରିଚିତ ହୋଇଥିଲେ। ଏହି ତାଲିକାର ପ୍ରଥମରେ ରହିଛନ୍ତି ଆମେରିକାର ବେଶ୍‌ ଜଣାଶୁଣା ଗଣମାଧ୍ୟମ ପ୍ରତିନିଧି କାଇଲୀ ଜେନର। ସେ ନିଜର ଏକ ପୋଷ୍ଟ ପାଇଁ ୧,୨୬୬,୦୦ ଡଲାର ଦାବି କରିଥିାନ୍ତି। ପ୍ରିୟଙ୍କାଙ୍କ ସହ ଏହି ତାଲିକାରେ ଭାରତୀୟ କିକ୍ରେଟ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ରହିଛନ୍ତି।

Share