ଇନ୍‌ଷ୍ଟାଗ୍ରାମରେ କରୀନାଙ୍କ ନୂଆ ଲୁକ୍‌, ୨୪ ଘଣ୍ଟାରେ ୪୦ ଲକ୍ଷରୁ ଅଧିକ ଫଲୋଅର୍ସ

ମୁମ୍ବାଇ: ସୋସିଆଲ ପ୍ଲାଟ୍‌ଫର୍ମରୁ ଦୂରେଇ ରହୁଥିବା କରୀନା କପୁର ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଯାହା ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। କରୀନା ତାଙ୍କ ପ୍ରୋଫାଇଲ୍‌ରେ ପିଲାଦିନର ଏକ ଫଟୋ ରଖିଥିଲେ। ମାତ୍ର ଗୋଟିଏ ଦିନ ପୂର୍ବରୁ ଏହାକୁ ପରିବର୍ତ୍ତନ କରି ଏକ ଷ୍ଟାଇଲିଷ୍ଟ ଲୁକ୍‌ର ଫଟୋ ପୋଷ୍ଟ କରିଛନ୍ତି। ଫଟୋଟି ଶେୟାର ହେବାର ୨୪ ଘଣ୍ଟା ମଧ୍ୟରେ ୪୦ ଲକ୍ଷରୁ ଅଧିକ ୟୁଜର ଏହାକୁ ଫଲୋ କରିସାରିଲେଣି। ଫଟୋରେ ସେ କ୍ୟାପଶନ ଲେଖିଛନ୍ତି, ବିଲେଇ ବ୍ୟାଗ୍‌ ବାହାରକୁ ଆସିଛି। ହ୍ୟାଲୋ ଇନ୍‌ଷ୍ଟାଗ୍ରାମ।

ଫଟୋ ଶେୟାର ସମ୍ପର୍କରେ କରୀନା କୁହନ୍ତି, ଏହି ପୋଷ୍ଟ କରିବାରେ ମୋର ଏତେ ଅଭିଜ୍ଞତା ନ ଥିଲା। କିନ୍ତୁ ପରେ ଅନୁଭବ କଲି ଯୁଗ ସହ ତାଳ ଦେଇ ଏହାକୁ ପରିବର୍ତ୍ତନ କରିବାକୁ ପଡ଼ିବ। ତେଣୁ ଏମିତି ଫଟୋଟି ପୋଷ୍ଟ କଲି। ଏ ତ ଗଲା କରୀନାଙ୍କର ବ୍ୟକ୍ତିଗତ କଥା। ଫିଲ୍ମ କ୍ୟାରିୟରକୁ ଦେଖିଲେ ମାର୍ଚ୍ଚ ୧୩ରେ ତାଙ୍କ ଅଭିନୀତ ଫିଲ୍ମ ‘ଅଂଗ୍ରେଜୀ ମିଡିୟମ୍‌’ ରିଲିଜ୍‌ ହେବ। ଏଥିସହିତ ଅମୀର୍‌ ଖାଁଙ୍କ ଫିଲ୍ମ ‘ଲାଲ୍‌ ସିଂହ ଚଢ଼ା’ରେ ମଧ୍ୟ ନଜର ଆସିବେ।

Share