ଇନ୍‌ଷ୍ଟାଗ୍ରାମରେ ବଢ଼ିଚାଲିଛି ସୁଶାନ୍ତଙ୍କ ଫଲୋଅର୍‌ ସଂଖ୍ୟା: କରନ୍‌-ଆଲିଆଙ୍କ କମୁଛି

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନିଧନ ଖବର ଲକ୍ଷାଧିକ ପ୍ରଶଂସକଙ୍କ ପାଇଁ ବଡ଼ ଆଘାତ ପାଲଟିଛି। ବିଭିନ୍ନ ସୋସିଆଲ ମିଡିଆରେ ତାଙ୍କର ଲକ୍ଷାଧିକ ପ୍ରଶଂସକ ରହିଥିଲେ। ସେମାନେ ସୁଶାନ୍ତଙ୍କ ଗୋଟିଏ ପୋଷ୍ଟକୁ ଅନାଇ ବସୁଥିଲେ। ହେଲେ ଏବେ ତାହା ସମ୍ଭବ ନୁହେଁ। ତଥାପି ସୁଶାନ୍ତଙ୍କ ସୋସିଆଲ ପୃଷ୍ଠାରେ ଫଲୋଅର୍‌ ସଂଖ୍ୟା ଲଗାତାର ଭାବେ ବଢ଼ୁଥିବା ଦେଖାଯାଉଛି।

ଇତିମଧ୍ୟରେ ସୁଶାନ୍ତଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟକୁ ‘ମେମୋରଲାଇଜ୍‌’ ଅର୍ଥାତ ସ୍ମୃତିରେ କରାଯାଇଛି। ଏହାର ଅର୍ଥ ଜଣଙ୍କର ନିଧନ ପରେ ତାଙ୍କ ଆକାଉଣ୍ଟକୁ ସ୍ମରଣୀୟ ଭାବେ ରଖାଯିବ। କିଛି ମାସରୁ ସୁଶାନ୍ତ ଟୁଇଟର୍‌ରେ ସକ୍ରିୟ ନଥିଲେ। ହେଲେ ଇନ୍‌ଷ୍ଟାରେ ବେଳେବେଳେ ପୋଷ୍ଟ କରୁଥିଲେ। ରବିବାର ଏହି ଆକାଉଣ୍ଟରେ ୯ ମିଲିୟନ ଫଲୋଅର ଥିବା ବେଳେ ଶୁକ୍ରବାର ଅପରାହ୍ନ ସୁଦ୍ଧା ଏହି ସଂଖ୍ୟା ୧୨ ମିଲିୟନ ହୋଇଛି।

ଅପରପକ୍ଷେ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରନ୍‌ ଜୋହର, ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଫଲୋଅର୍‌ ସଂଖ୍ୟା କମୁଥିବା ଦେଖାଯାଉଛି। ବଂଶବାଦକୁ ନେଇ ଚାଲିଥିବା ଚର୍ଚ୍ଚାକୁ ନେଇ ଏପରି ହେଉଥିବା କୁହାଯାଉଛି।

Share