Categories: ଫୁରସତ

ଇନ୍‌ଷ୍ଟାଗ୍ରାମରେ ବିକ୍ରି ହେଉଛି ମଣିଷ ଅସ୍ଥି ଓ ଖପୁରି

ଲଣ୍ଡନ, ୨୧।୭: ବ୍ରିଟେନରେ ମଣିଷ ଅସ୍ଥି ଓ ଖପୁରି ବିକ୍ରି ହେଉଛି। ଆଶ୍ଚର୍ଯ୍ୟର କଥା ଲୋକମାନେ ବି ଏହାକୁ କିଣୁଛନ୍ତି। ମେଡିକାଲ ସାଇନ୍ସ ଓ ଗବେଷଣା ଲାଗି ଅସ୍ଥି ଓ ଖପୁରି ବେଶି କିଣାଯାଉଛିି। ଜୀବ ବିଜ୍ଞାନୀ ଓ ବିଦ୍ୟାର୍ଥୀମାନେ ବି ଏହାକୁ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଇଂଲଣ୍ଡରେ ମଣିଷ ଖପୁରି ଓ ଅସ୍ଥି ବିକ୍ରି ଉପରେ କୌଣସି ପ୍ରତିବନ୍ଧକ ନଥିବାରୁ ଏଭଳି ବିକ୍ରି କରାଯାଉଛି। ବିକ୍ରି ପ୍ରକ୍ରିୟାରେ କ୍ରେତା ବିକ୍ରେତାଙ୍କୁ ମେସେଜ କରନ୍ତି। ଏହାପରେ ମୂଲ୍ୟ ନିର୍ଦ୍ଧାରଣ ହୁଏ ଓ ଏହା ମଧ୍ୟରେ ଶପିଂ,ପ୍ୟାକେଜିଂ ଚାର୍ଜ ବି ସାମିଲ କରାଯାଏ। ୨୦୧୭ ମସିହାରେ ଷ୍ଟକ୍‌ହାମ ୟୁନିଭର୍ସିଟି ଦ୍ୱାରା କରାଯାଇଥିତ୍ବା ଏକ ଅନୁଧ୍ୟାନରୁ ଜଣାଯାଏ ଯେ, ଇଂଲଣ୍ଡରେ ଏହିି ବ୍ୟବସାୟର ମାର୍କେଟ ୪୬,୦୦୦ ପାଉଣ୍ଡ (ଭାରତୀୟ ମୁଦ୍ରାରେ ୪୦ ଲକ୍ଷ ଟଙ୍କା)। ଏହା ବି ପ୍ରତିବର୍ଷ ବଢୁଛି। କେତେକ ଗବେଷକ ଦାବି କରନ୍ତି, ବିଗତ ଦୁଇ ବର୍ଷ ମଧ୍ୟରେ ଏହି କାରବାର ବୃଦ୍ଧ ିପାଇ ୭୦ ଲକ୍ଷ ଟଙ୍କାରେ ପହଞ୍ଚତ୍ଛି।

Share