Categories: ଫୁରସତ

ଇନ୍‌ଷ୍ଟାଗ୍ରାମର ସବୁଠୁ ଷ୍ଟାଇଲିଶ୍‌ ଗ୍ରାଣ୍ଡ୍‌ ମା’

ବାଡ୍ଡି ଓ୍ବିଙ୍କଲ୍‌। ବୟସ ୯୨। କିନ୍ତୁ ଏବେ ବି କମିନି ତାଙ୍କ ଜଲଓ୍ବା। ଷ୍ଟାଇଲରେ ସେ ଆଜିକାଲି ମଡେଲଙ୍କୁ ପଛରେ ପକାଇ ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ସବୁଠୁ ଷ୍ଟାଇଲିଶ୍‌ ଗ୍ରାଣ୍ଡ୍‌ ମା’ ଭାବେ ସେ ପରିଚୟ ହାସଲ କରିଛନ୍ତି। ତାଙ୍କ ଷ୍ଟାଇଲ୍‌ ଦେଖି ଇନ୍‌ଷ୍ଟାରେ ୩୦ଲକ୍ଷରୁ ଅଧିକ ୟୁଜର୍ସ ତାଙ୍କୁ ଫଲୋ କରୁଛନ୍ତି। ବାଡ୍ଡି ଓ୍ବିଙ୍କଲ୍‌ଙ୍କ ପ୍ରକୃତ ନାମ ହେଉଛି ହେଲେନ ରୁଥ ଏଲାମ। କିନ୍ତୁ ସାରା ବିଶ୍ୱ ତାଙ୍କୁ ବାଡ୍ଡି ଓ୍ବିଙ୍କଲ୍‌ଙ୍କ ନାମରେ ଜାଣେ। ସେ ୮୫ ବର୍ଷରେ ନାତୁଣୀ ପାଇଁ ଇଣ୍ଟରନେଟ୍‌ ସେନସେସନ୍‌ ପାଲଟିଥିଲେ। ସୂଚନାଯୋଗ୍ୟ, ଓ୍ବିଙ୍କଲ ଆମେରିକାର ଓ୍ବାକୋରେ ୬ ଏକର ଫାର୍ମ ହାଉସ୍‌ରେ ଏକ ସାଧାରଣ ଜୀବନ ବିତାଉଥିଲେ। ଥରେ ନାତୁଣୀ ତାଙ୍କୁ ଏକ ମଡେଲ ଡ୍ରେସ୍‌ ପିନ୍ଧାଇ ଫଟୋ ଉଠାଇ ଇଣ୍ଟରନେଟ୍‌ରେ ଛାଡି ଦେଇଥିଲେ। ପରେ ଉକ୍ତ ଫଟୋଟି ଭାଇରାଲ ହେବାରେ ଲାଗିଥିଲା। ୨୦୧୪ରେ ଗ୍ରାଣ୍ଡ୍‌ ମା’ ନିଜର ପ୍ରଥମ ଫଟୋ ଇନ୍‌ଷ୍ଟାଗ୍ରାମରେ ଛାଡିଥିଲେ। ଏପର୍ଯ୍ୟନ୍ତ ସେ ଇନ୍‌ଷ୍ଟାରେ ୩୩୦ଟି ଫଟୋ ପୋଷ୍ଟ ଶେୟାର କରିସାରିଲେଣି।

Share