Categories: ବାଣିଜ୍ୟ

ଇପିଏଫ୍‌ରେ ମିଳିବ ୮.୬୫%ସୁଧ

ନୂଆଦିଲ୍ଲୀ,୨୭-୪: କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ଆର୍ଥିକ ବର୍ଷ ୨୦୧୮-୧୯ ଲାଗି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(ଇପିଏଫ୍‌) ଉପରେ ୮.୬୫% ସୁଧ ହାର ଦେବାକୁ ନିଷ୍ପତ୍ତି ନେଇଛି। କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ) ଏହି ସୁଧ ହାର ଦେବାକୁ ନିଷ୍ପତ୍ତି ନେଇଥିଲା ଏବଂ ଅନୁମୋଦନ ପାଇଁ ଅର୍ଥ ମନ୍ତ୍ରଣାଳୟ ନିକଟକୁ ପଠାଇଥିଲା। ଏହି ନିଷ୍ପତ୍ତି ଯୋଗୁ ସଂଗଠିତ କ୍ଷେତ୍ରରେ କାମ କରୁଥିବା ପ୍ରାୟ ୬ କୋଟିରୁ ଅଧିକ କର୍ମଚାରୀଙ୍କୁ ଫାଇଦା ମିଳିବ। ଗତବର୍ଷ ଇପିଏଫ୍‌ଓ ନିଜ ସଦସ୍ୟଙ୍କୁ ୮.୫୫% ସୁଧ ହାର ଦେଇଥିଲା। ପରେ ଚଳିତ ବର୍ଷ ଏହାକୁ ୮.୬୫%କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲା।  ଗତ ୩ ବର୍ଷ ମଧ୍ୟରେ ସୁଧ ହାର ପ୍ରଥମଥର ବୃଦ୍ଧି ପାଇଛି। ଏଥିପୂର୍ବରୁ ୨୦୧୭-୧୮ରେ ଇପିଏଫ୍‌ ସୁଧ ହାର ୮.୫୫% ରହିଥିଲା। ତେବେ ଇପିଏଫ୍‌ଓ ୨୦୧୬-୧୭ରେ ଇପିଏଫ୍‌ ଉପରେ ସୁଧ ହାରକୁ ୮.୮୦ ପ୍ରତିଶତରୁ ୮.୬୫%କୁ ହ୍ରାସ କରିଥିଲା। ଅର୍ଥ ମନ୍ତ୍ରଣାଳୟର ଅନୁମତି ପରେ ଆୟକର ବିଭାଗ ଏବଂ ଶ୍ରମ ମନ୍ତ୍ରଣାଳୟ ଏ ସମ୍ପର୍କରେ ଅଧିସୂଚନା ଜାରି କରିବେ। ଏହାପରେ ଇପିଏଫ୍‌ଓ ନିଜର ୧୨୦ରୁ ଅଧିକ ଆଞ୍ଚଳିକ ଅଧିକାରୀଙ୍କୁ ନୂଆ ସୁଧ ହାର ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବ।

Share