Categories: ବାଣିଜ୍ୟ

ଇପିଏଫ୍‌ ଉଠାଣ ନେଇ ଶ୍ରମ ମନ୍ତ୍ରଣାଳୟର ଅନୁମତି

ନୂଆଦିଲ୍ଲୀ,୩୦। ୩: ଲକ୍‌ଡାଉନ ସମୟରେ ଲୋକଙ୍କୁ ଆଶ୍ୱସ୍ତି ଦେବା ଲାଗି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(ଇପିଏଫ୍‌) ପାଣ୍ଠିରୁ ଉଠାଣ ନେଇ ହିତାଧିକାରୀଙ୍କୁ ଶ୍ରମମନ୍ତ୍ରଣାଳୟ ଅନୁମତି ପ୍ରଦାନ କରିଛି। ଏବେ ଇପିଏଫଓର ୬ କୋଟି ହିତାଧିକାରୀ ଅଛନ୍ତି। ଗତ ସପ୍ତାହରେ ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏ ନେଇ ସୂଚନା ଦେଇଥିଲେ। ଏହି ଉଠାଣ ଲାଗି କିଛି ସର୍ତ୍ତ ରଖାଯାଇଛି। ପ୍ରଥମତଃ ହିତାଧିକାରୀ ସେମାନଙ୍କ ୩ ମାସର ବେସିକ ପେ ଏବଂ ମହଙ୍ଗା ଭତ୍ତାଠାରୁ କମ୍‌ ଅର୍ଥ ଉଠାଇ ପାରିବେ। ଏହାବାଦ ସର୍ବୋଚ୍ଚ ଉଠାଣ ସୀମା ଆକାଉଣ୍ଟରେ ଥିବା ମୋଟ ଜମାର ୭୫%ରୁ ଅଧିକ ହେବ ନାହିଁ ବୋଲି କୁହାଯାଇଛି। ଏନେଇ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ଯୋଜନା ୧୯୫୨ରେ ସଂଶୋଧନ କରାଯାଇ ଏଭଳି ପଦକ୍ଷେପ ନିଆଯାଇଛି।

Share