ଇପିଏଫ୍‌ ପେନସନର ଆସୋସିଏଶନ୍‌ର କଳାହାଣ୍ଡି ଜିଲା ପ୍ରଶାସନକୁ ଦାବିପତ୍ର

ଭବାନୀପାଟଣା,୮।୨(ଡି.ଏନ୍‌.ଏ.): ଅଲ୍‌ ଓଡ଼ିଶା ଇପିଏଫ୍‌ ପେନ୍‌ସନର ଆସୋସିଏଶନ୍‌ କଳାହାଣ୍ଡି ଶାଖା ପକ୍ଷରୁ ବିଭିନ୍ନ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଶନିବାର ଜିଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ମାସିକ ସର୍ବନିମ୍ନ ପେନ୍‌ସନ ୯ ହଜାର ଟଙ୍କା, ମହଙ୍ଗା ଭତ୍ତା, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଉଚ୍ଚ ପେନ୍‌ସନ୍‌ ପ୍ରଦାନ ଓ ମାଗଣା ସ୍ବାସ୍ଥ୍ୟସେବା ସୁବିଧା ଆଦି ଦାବି ଅନ୍ତର୍ଭୁକ୍ତ। କଳାହାଣ୍ଡି ଶାଖା ସଭାପତି ବୈଦ୍ୟନାଥ ଦାସ, ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଇପିଏଫ୍‌ ପେନ୍‌ସନ୍‌ଭୋଗୀମାନେ ସ୍ଥାନୀୟ ମାଣିକେଶ୍ୱରୀ ହାଇସ୍କୁଲ ଛକଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଜିଲା ପ୍ରଶାସନକୁ ଦାବିପତ୍ର ଜଣାଇଛନ୍ତି।

Share