ଇପିଏଫ୍‌ ସୁଧ ହାର ୮.୬୫ ପ୍ରତିଶତ ହେବା ସମ୍ଭାବନା: ମାର୍ଚ୍ଚ ୫ରେ ନିଷ୍ପତ୍ତି

ନୂଆଦିଲ୍ଲୀ,୧।୩: କର୍ମଚାରୀ ଭବିଷ୍ୟ ନିଧି ଜମା ଉପରେ ସୁଧ ହାର ଚଳିତ ୨୦୧୯-୨୦ ଆର୍ଥିକ ବର୍ଷରେ ୮.୬୫ ପ୍ରତିଶତ ରଖିବା ପାଇଁ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ତେବେ ଏନେଇ ନିଷ୍ପତ୍ତି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍‌ଓ)ର କେନ୍ଦ୍ରୀୟ ନ୍ୟାସୀ ବୋର୍ଡ ବୈଠକରେ ଗ୍ରହଣ କରାଯିବାର ସମ୍ଭାବନା ରହିଛି। ଏହି ବୈଠକ ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ, ସମ୍ପ୍ରତି କର୍ମଚାରୀ ଭବିଷ୍ୟ ନିଧି ସଂଗଠନରେ ପ୍ରାୟ ୬ କୋଟି ଜମା ଧାରକ ରହିଛନ୍ତି। ଏହାଦ୍ୱାରା ଇପିଏଫ୍‌ ଜମା ଧାରକମାନେ ଲାଭାନ୍ବିତ ହେବେ ବୋଲି କୁହାଯାଉଛି।

Share