ଇବୋଲାକୁ ଡରି ନ ଥିବା ଚାଇନାର ବହୁ ସହର କରୋନା ଯୋଗୁ ଜନଶୂନ୍ୟ !

ବେଜିଂ,୧୦।୨: ଚାଇନାର କରୋନା ମହାମାରୀ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଦେଶର ୩୦ଟିରୁ ଅଧିକ ସହରରେ ସନ୍ଦିଗ୍ଧ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଚାଇନାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ୯୦୮ରେ ପହଞ୍ଚିଛି। ୪୦ ହଜାରରୁ ଅଧିକ ଲୋକଙ୍କଠାରେ ଏହି ଭୁତାଣୁ ଚିହ୍ନଟ ହୋଇଛିି। ତେବେ ସରକାରୀ ରିପୋର୍ଟ ଠାରୁ ପ୍ରକୃତ ମୃତ୍ୟୁ ସଂଖ୍ୟା ଏବଂ ସଂକ୍ରମିତଙ୍କ ସଂଖ୍ୟା ଯଥେଷ୍ଟ ଅଧିକ ଥିବା କୁହାଯାଉଛି। ଦିନେ ଇବୋଲକୁ ନ ଡରି ଏହାର ଚିକିତ୍ସା ପାଇଁ ଔଷଧ ବାହାର କରିଥିବା ଚାଇନାରେ ଏବେ କରୋନା ଯୋଗୁ ହାହାକାର ପଡ଼ିଛି। କରୋନା ଭୟରେ ଚାଇନାର ବହୁ ସହର ଜନଶୂନ୍ୟ ହେବାରେ ଲାଗିଛି। ଚାଇନାର ଆର୍ଥିକ ରାଜଧାନୀ କୁହାଯାଉଥିବା ଶାଙ୍ଘାଇର ରାଜରାସ୍ତାରେ ଏବେ ଲୋକ ଦେଖିବାକୁ ମିଳୁ ନାହାଁନ୍ତି। ଏଭଳି ଅବସ୍ଥା ଅନ୍ୟ ସହରରେ ମଧ୍ୟ ଦୃଷ୍ଟିଗୋଚର ହେଉଛି। ଦୋକାନ, ବଜାର, ମଲ୍‌, ସବୁ କରୋନା ଯୋଗୁ ବନ୍ଦ ହେବାରେ ଲାଗିଛି। ଅଗାମୀ ଦିନରେ ଏହାଯୋଗୁ ଚାଇନାରେ ଆର୍ଥିକ ସଙ୍କଟ ଦେଖାଦେବାର ଆଶଙ୍କା ରହିଛି ବୋଲି କୁହାଯାଉଛି।

Share