Categories: ଜାତୀୟ

ଇଭାଙ୍କାଙ୍କ ସହ ସେଲ୍‌ଫି ନେଲେ ପ୍ରଶଂସକ

ଅହମଦାବାଦ,୨୪।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀ ମେଲାନିଆ ଟ୍ରମ୍ପ, ଝିଅ ଇଭାଙ୍କା ଟ୍ରମ୍ପ ଓ ଜ୍ୱାଇଁ ଜେରେଡ ସୋମବାର ଭାରତ ଗସ୍ତରେ ଆସିଛନ୍ତି। ଏମାନେ ଗୁଜରାଟରେ ପହଞ୍ଚିବା ପରେ ସେଠାରୁ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଅହମଦାବାଦର ମୋଟେରା ଷ୍ଟାଡିୟମରେ ପହଞ୍ଚିଥିଲେ। ଏହି ସମୟରେ ଟ୍ରମ୍ପଙ୍କ ଅପେକ୍ଷା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଇଭାଙ୍କା। ଏମିତିରେ ତାଙ୍କ ରୂପକୁ ନେଇ ଅନେକ ଥର ଚର୍ଚ୍ଚା ହେଉଥିବା ବେଳେ ତାଙ୍କୁ ପାଖରେ ପାଇଥିବା ଲୋକେ ସହଜରେ ଏହାକୁ ହାତଛଡା କରିବାକୁ ଚାହିଁ ନ ଥିଲେ। ଭିଡ ମଧ୍ୟରେ ତାଙ୍କର କେତେଜଣ ପ୍ରଶଂସକ ଇଭାଙ୍କାଙ୍କ ସହ ସେଲ୍‌ଫି ନେଉଥିବା ଦେଖାଯାଇଥିଲା।

Share