Advertisement

ଇଭିଏମ୍‌ରେ ତ୍ରୁଟି : ବିଳମ୍ବରେ ମତଦାନ

ସୁନ୍ଦରଗଡ଼,୧୮ା୪(ଡି.ଏନ୍‌.ଏ) : ସୁନ୍ଦରଗଡ଼ ଜିଲାରେ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆରମ୍ଭ ହୋଇଛି। ଜିଲାର ଲୋକ ସଭା ଓ ଏହା ଅଧୀନ ୭ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ୧୮୪୬ଟି ମତଦାନ କେନ୍ଦ୍ରରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସୁନ୍ଦରଗଡ଼ ମ୍ୟୁନିସପାଲିଟିର ୨୧୬ ନଂ ବୁଥ ଓ ବ୍ଲକ କଲୋନୀ୍‌ର ଦୁଇଟି ବୁଥରେ ଇଭିଏମରେ ତୃଟି ଯୋଗୁ ନିର୍ଦ୍ଧାରିତ ସମୟଠାରୁ ୧/୨ ଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା। ମତଦାନ ପାଇଁ ଭୋଟରଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି। ବିଶେଷକରି ପ୍ରଥମ କରି ଭୋଟ ଦେଉଥିବା ଯୁବଭୋଟରଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ସେହିପରି ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଦିବ୍ୟାଙ୍ଗଙ୍କ ପାଇଁ ସମସ୍ତ ସୁବିଧା କରାଯାଇଛି। ସ୍ବେଚ୍ଛାସେବୀମାନେ ସେମାନଙ୍କୁ ନେବା ଆଣିବା କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଶାନ୍ତିପୂର୍ଣ୍ଣ ଭାବେ ଭୋଟଗ୍ରହଣ ଚାଲିଥିଲେ ହେଁ ନିର୍ବାଚନ ପୂର୍ବ ରାତିରେ ସୁନ୍ଦରଗଡ଼ ନିର୍ବାଚନମଣ୍ଡଳୀରେ ଦୁଇଟି ନିର୍ବାଚନୀ ହିଂସା ଘଟିଛି। ଜଣେ ଖବରଦାତାଙ୍କ ଗାଡ଼ି ଭଙ୍ଗାରୁଜା କରାଯିବା ସହ ସୁନ୍ଦରଗଡ଼ ପୂର୍ବତନ ବିଧାୟକଙ୍କ ସମର୍ଥକ ଏବଂ ସମ୍ପର୍କୀୟମାନଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ସେହିପରି ବିଳମ୍ବିତ ରାତିରେ ଭୋଟରଙ୍କୁ ବଣ୍ଟନ ପାଇଁ ଯାଉଥିବା ଟଙ୍କାକୁ ପୋଲିସ ଜବତ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share