ଇଭିଏମ୍‌ ଅଚଳ, ବନ୍ଦ ରହିଛି ମତଦାନ

ତିହିଡ଼ି,୨୯।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ନିର୍ବାଚନ ମଣ୍ତଳୀ ଅଧୀନ ତିହଡ଼ି ବ୍ଲକ କୋହ୍ଲ ପଞ୍ଚାୟତର ମୂଷାଙ୍ଗ ପ୍ରାଥମିକ ସ୍କୁଲ ୨୧୯ନଂ ବୁଥ୍‌ରେ ଇଭିଏମ୍‌ ଅଚଳ ଯୋଗୁ ମତଦାନ ବନ୍ଦ ରହିଛି। ସୋମବାର ସକାଳ ୭ଟାରେ ମତଦାନ ପୂର୍ବରୁ ଏମ୍‌ପି ପାଇଁ ଉଦ୍ଦିଷ୍ଟ ଇଭିଏମ ଅଚଳ ଥିବା ଜଣାପଡ଼ିଥିଲା। ପରେ ମେସିନକୁ ସଜଡା ଯାଇ ସିଲ୍‌ କରାଯାଇଥିଲା।

ତେବେ ଇଭିଏମ କାମ ନ କରିବାରୁ ଭୋଟ ଦେବାକୁ ଅପେକ୍ଷାରତ ମତଦାତାମାନେ ଅସନ୍ତୋଷ ପ୍ରକାଶ କରି ପାଟିତୁଣ୍ତ କରିଥିଲେ। ସେକ୍ଟର ଅଫିସର ଭାଗବତ ଖଟୁଆ ନିର୍ବାଚନ ଅଧିକାରୀଙ୍କୁ ଜଣାଇ ନୂତନ ଇଭିଏମ ଯୋଗାଇଦେବାକୁ ଅନୁରୋଧ କରିଛନ୍ତି।