ଇମାମି ପେପର ମିଲ୍‌ ଗୋଦାମରେ ଅଗ୍ନିକାଣ୍ଡ

ବାଲେଶ୍ୱର ଅଫିସ,୧୦।୩: ବାଲେଶ୍ୱର ରେମୁଣାସ୍ଥିତ ଇମାମି ପେପର ମିଲ୍‌ ଗୋଦାମରେ ମଙ୍ଗଳବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲିଭା କାର୍ଯ୍ୟରେ ୫ଟି ଦମକଳବାହିନୀ ସହ ଏନ୍‌ଡିଆର୍‌ଏଫ୍‌ର ଟିମ୍‌ ନିୟୋଜିତ ହୋଇଛନ୍ତି। ତେବେ ଖବର ଲେଖାଯିବା ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇପାରିନାହିଁ।

Share