ଇମୋଶନାଲ ହେଲେ ଧର୍ମେନ୍ଦ୍ର

ମୁମ୍ବାଇ: ବେଶ୍‌ କିଛି ଦିନ ଆକ୍ସନ୍‌ ହିରୋ ଭାବେ ବଲିଉଡ୍‌ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଧର୍ମେନ୍ଦ୍ର ଅସଲ ଜୀବନରେ ଖୁବ୍‌ ଇମୋଶନାଲ ବୋଲି ହୁଏତ କମ୍‌ ଲୋକେ ଜାଣିଥିବେ। ନିକଟରେ ତାଙ୍କର ଏକ ଟୁଇଟ୍‌ ପୁଣି ଥରେ ତାଙ୍କୁ ଇମୋଶନାଲ କରି ଦେଇଛି। ବଲିଉଡର ଏହି ହିମ୍ୟାନ ଗତ ବୁଧବାର ଟୁଇଟରରେ କିଛି ନେଗେଟିଭ୍‌ ରେସପନ୍ସ ପାଇବାରୁ ସବୁଦିନ ପାଇଁ ସୋସିଆଲ ମିଡିଆରୁ କୁଇଟ୍‌ କରିଯିିବେ ବୋଲି ନିଷ୍ପତ୍ତି ନେଇଥିଲେ। ହେଲେ ତାଙ୍କ ପ୍ରଶଂସକଙ୍କ କମେଣ୍ଟ ପୁଣି ଥରେ ତାଙ୍କୁ ଇମୋଶନାଲ କରିଦେଲା। ଧର୍ମେନ୍ଦ୍ର ଲେଖିଥିଲେ ସେ କେବେ ଆଉ ତାଙ୍କ ପ୍ରଶଂସକଙ୍କୁ ହଇରାଣ କରିବେ ନାହିଁ। ହେଲେ ଏହାର ଜବାବରେ ବହୁ ପ୍ରଶଂସକ ତାଙ୍କୁ ମନାଇବାକୁ ଚେଷ୍ଟା କରିଥିଲେ। ଆଉ ଶେଷରେ ସେ ମାନି ବି ଯାଇଥିଲେ। ଆଉ ଲେଖିଥିଲେ ଆପଣମାନଙ୍କୁ ଛାଡି ମୁଁ କୁଆଡେ ବି ଯାଇ ପାରିବିନି। କାରଣ ଆପଣମାନଙ୍କ ପଇଁ ମୋର ଆଜି ଏହି ପରିଚୟ। ତେଣୁ ଆପଣମାନଙ୍କୁ ମୋର ଏକ ବିଗ୍‌ ହଗ୍‌ ବୋଲି ଲେଖି ପୁଣି ଥରେ ସୋସିଆଲ୍‌ ମିଡିଆରେ ଆକ୍ଟିଭ ହୋଇ ଯାଇଛନ୍ତି ହିମ୍ୟାନ୍‌।

Share