ଇମୋଶନାଲ ହେଲେ ପରିଣିତି

ମୁମ୍ବାଇ: ବଲିଉଡ୍‌ ନାୟିକା ପରିଣିତି ଚୋପ୍ରା ସବୁବେଳେ ତାଙ୍କ ମନକଥା ଖୋଲି କହିଥାଆନ୍ତି। ନିକଟରେ ସେ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିବା ସହ ଇମୋଶନାଲ ହୋଇ ଯାଇଥିବା ଦେଖିବାକୁ ମିଳିଛି। ପାଖାପାଖି ୭ ସପ୍ତାହ ପରେ ସେ ତାଙ୍କ ଫିଲ୍ମ ‘ଦ ଗାର୍ଲ ଅନ୍‌ ଦ ଟ୍ରେନ୍‌’ର ଶୁଟିଂ ସାରି ଲଣ୍ଡନରୁ ଫେରିଛନ୍ତି। ହେଲେ ଏପର୍ଯ୍ୟନ୍ତ ସେ ତାଙ୍କ ଅଭିନୀତ ଚରିତ୍ରରୁ ବାହାରି ପାରି ନାହାଁନ୍ତି ବୋଲି କହିଛନ୍ତି। ଯଦି ଏହାକୁ ସେ ଲାଇଫ୍‌ ଚେଞ୍ଚିଙ୍ଗ ଏକ୍ସପିରିୟନ୍ସ କହିବେ ତାହା ବି କମ୍‌ ହେବ ବୋଲି ପରିଣିତି ତାଙ୍କ ପୋଷ୍ଟରେ ଲେଖିଛନ୍ତି।

Share