Categories: ଜାତୀୟ

ଇମ୍ଫାଲରେ ଆଇଇଡି ବିସ୍ଫୋରଣ

ଇମ୍ଫାଲ,୨୩।୧: ମଣିପୁରର ରାଜଧାନୀ ଇମ୍ଫାଲର ନାଗମପାଲ ରିମ୍ସ ରୋଡରେ ଗୁରୁବାର ସକାଳେ ଏକ ଆଇଇଡି ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣରେ କେହି ମୃତାହତ ହୋଇଥିବା ନେଇ ସୂଚନା ମିଳିନାହିଁ। ଖବରପାଇ ସୁରକ୍ଷା କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ରାସ୍ତାପାର୍ଶର ଏକ ଦୋକାନ ନିକଟରେ ବିସ୍ଫୋରଣ ଘଟିଥିଲା। ବୋମା ବିସ୍ଫୋରଣର ଶବ୍ଦ ଏତେ ମାତ୍ରାରେ ଥିଲା ଯେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ। ସୁରକ୍ଷାକର୍ମା ଘଟଣାସ୍ଥଳରେ ପହଞ୍ଚିବା ପରେ ଏହା ଆଇଇଡି ବିସ୍ଫୋରଣ ବୋଲି ସୂଚନା ଦେଇଥିଲେ।

Share