ଇମ୍ରାନଙ୍କୁ ଉବେର୍‌ ଡ୍ରାଇଭର୍‌ କହିଲେ ପାକିସ୍ତାନ ମହିଳା ଏମ୍‌ପି

ଇସଲାମାବାଦ୍‌,୨୬।୮:ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ଦେବାଳିଆ ହେବାରେ ଲାଗିଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ନିଜ ଦେଶରେ ଗାଳି ପଡୁଛି। କିଛିଦିନ ତଳେ ମହିଳା ଏମ୍‌ପି ମରିୟମ ଔରାଙ୍ଗଜେବ୍‌ ଇମ୍ରାନଙ୍କୁ ସମାଲୋଚନା କରି କହିଛନ୍ତି, ଇମ୍ରାନ ଉବେର୍‌ ଡ୍ରାଇଭର୍‌ ସହ ସମାନ୍‌। ପ୍ରତି ଡ୍ରାଇଭ୍‌ ପରେ ୫ ଷ୍ଟାର୍‌ ମାଗିବା ହେଉଛି ତାଙ୍କ କାମ। ନିର୍ବାଚନବେଳେ ଅନେକ ପ୍ରତିଶ୍ରୁତି ଦେଇ ସରକାରକୁ ଆସିଥିଲେ କିନ୍ତୁ କୌଣସି ଗୋଟିଏ ବି ଏପର୍ଯ୍ୟନ୍ତ ପୂରା ହୋଇପାରିନାହିଁ। ଇମ୍ରାନ ଲୋକଙ୍କୁ କେବଳ ମିଛ ସ୍ବପ୍ନ ଦେଖାଉଛନ୍ତି ବୋଲି ମରିୟମ କହିଛନ୍ତି।

 

Share