Categories: ଜାତୀୟ

ଇମ୍ରାନଙ୍କୁ ଭେଟିବେ ନାହିଁ ମୋଦି

ନୂଆଦିଲ୍ଲୀ, ୬।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସସିଓ ବୈଠକରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାର କୌଣସି କାର୍ଯ୍ୟକ୍ରମ ନାହିଁ ବୋଲି ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ସୂଚନାଯୋଗ୍ୟ, ପାକିସ୍ତାନ ବିଦେଶ ସଚିବ ସୋହେଲ ମେହମୁଦ ଭାରତ ଗସ୍ତରେ ଆସିଛନ୍ତି। ଚଳିତ ମାସ ୧୩ ଏବଂ ୧୪ରେ କିର୍ଜିସ୍ତାନରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ(ଏସସିଓ)ର ଶିଖର ସମ୍ମିଳନୀରେ ମୋଦି-ଇମ୍ରାନ ଭେଟିବାର କାର୍ଯ୍ୟକ୍ରମ ରହିଛି ବୋଲି ଚର୍ଚ୍ଚା ହେଉଥିଲା। ଏହାପୂର୍ବରୁ ଭାରତୀୟ ବୈଦେଶିକ ସଚିବଙ୍କ ସହ ଆଲୋଚନା ପାଇଁ ମେହମୁଦ ଭାରତ ଆସିଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। ଯାହାକୁ ଖଣ୍ଡନ କରିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ।

Share