Categories: ଖେଳ

ଇମ୍ରାନଙ୍କୁ ସେହ୍ବାଗଙ୍କ ଟାର୍ଗେଟ: ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜକୁ ଅପମାନିତ କରିବା ପାଇଁ ନୂଆ ଉପାୟ ଆପଣାଇଛନ୍ତି

ନୂଆଦିଲ୍ଲୀ,୪।୧୦: ହରଭଜନ ସିଂହ ଓ ମହମ୍ମଦ ଶାମିଙ୍କ ପରେ ଭାରତର ପୂର୍ବତନ କ୍ରିକେଟର୍‌ ବୀରେନ୍ଦ୍ର ସେହ୍ବାଗ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଟାର୍ଗେଟ କରିଛନ୍ତି। ନିଜ ଟୁଇଟରରେ ଇମ୍ରାନଙ୍କ ଏକ ଭିଡିଓ ଶେୟାର କରି ସେ କହିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀ ନିଜକୁ ଅପମାନିତ କରିବା ପାଇଁ ନୂଆ ଉପାୟ ଆପଣାଇଛନ୍ତି। ଆମେରିକାର ନ୍ୟୁଜ ଚ୍ୟାନେଲ ଏମଏସଏନବିସିକୁ ଇମ୍ରାନ ଦେଇଥିବା ଏକ ସାକ୍ଷାତକାରର ଭିଡିଓ ଅପଲୋଡ କରି ସେହ୍ବାଗ ଏପରି କହିଛନ୍ତି। ଏହି ସାକ୍ଷାତକାରରେ ଇମ୍ରାନ ଆମେରିକା ଓ ଚୀନର ବିକାଶକୁ ନେଇ ଏଭଳି ଏକ ଉଦାହରଣ ଦେଇଥିଲେ, ଯାହାକୁ ଶୁଣି ଉପସ୍ଥାପକ ହସିବାକୁ ଲାଗିଥିଲେ। ଆପଣ କୌଣସି ୱେଲ୍ଡରଙ୍କ ଭଳି କଥା ହେଉଛନ୍ତି ବୋଲି ଉପସ୍ଥାପକ ତାଙ୍କୁ କହିଥିଲେ। ଏହାକୁ ନେଇ ସେହ୍ବାଗ ଇମ୍ରାନଙ୍କୁ କଟାକ୍ଷ କରିଛନ୍ତି।

Share