ଇମ୍ରାନଙ୍କ ଆଗରେ ମୋଦିଙ୍କ ହୁଙ୍କାର: ଆତଙ୍କବାଦୀଙ୍କୁ ମୂଳପୋଛ କରାଯାଉ

ବିଶକେକ, ୧୪।୬: ସାଂଘାଇ କୋଅପରେଶନ ଅରଗାଇନାଇଜେଶନ(ଏସସିଓ) ସମ୍ମିଳନୀର ଦ୍ୱିତୀୟ ଦିନରେ ଆତଙ୍କବାଦ ମୂଳପୋଛ ପାଇଁ ସବୁ ଦେଶ ମିଶି ଆଗେଇ ଆସିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। କିର୍ଗିଜିସ୍ତାନର ରାଜଧାନୀ ବିଶକେକଠରେ ଆୟୋଜିତ ହେଉଥିବା ଏସସିଓ ସମ୍ମିଳନୀରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ନିକଟରେ ଶ୍ରୀଲଙ୍କାରେ ଆତଙ୍କବାଦୀଙ୍କ ନୃଶଂସ କାର୍ଯ୍ୟକଳାପ ସାରା ଦୁନିଆକୁ ସ୍ତବ୍ଧ କରିଦେଇଥିଲା। ତେଣୁ ଆତଙ୍କବାଦକୁ ମୂଳପୋଛ କରିବା ପାଇଁ ସବୁ ଦେଶ ଏକଜୁଟ ହେବା ଆବଶ୍ୟକ। ସବୁଠୁ ରୋଚକ କଥା ହେଲା, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପସ୍ଥିତିରେ ସେ ଏହା କହିଛନ୍ତି। ଗୁରୁବାର ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟି ଆତଙ୍କବାଦ ହଟାଇବା ନେଇ ଆଲୋଚନା କରିଥିଲେ।

Share