Advertisement

ଇମ୍ରାନଙ୍କ ଗସ୍ତ ପ୍ରଭାବହୀନ: ଭାରତରେ ୧୦ ହଜାର କୋଟି ଡଲାର ନିବେଶ କରିବ ସୌଦି

ନୂଆଦିଲ୍ଲୀ,୨୯।୯: ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠିବା ପରେ ବିଚଳିତ ହୋଇପଡିଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏବେ ଭାରତ ବିରୋଧରେ ସମର୍ଥନ ଯୋଗାଡ ପାଇଁ ଲାଗିପଡିଛନ୍ତି। ଏହି କ୍ରମରେ ସେ ଗତ ସପ୍ତାହରେ ସୌଦି ଗସ୍ତ କରିଥିଲେ। କିନ୍ତୁ ତାଙ୍କର ଏହି ଗସ୍ତ ପ୍ରଭାବହୀନ ବୋଲି କୁହାଯାଉଛି। କାରଣ ଏହାର ଗୋଟିଏ ସପ୍ତାହ ପରେ ସୌଦି ଭାରତରେ ୧୦ ହଜାର କୋଟି ଡଲାର ନିବେଶ କରିବ ବୋଲି ସୂଚନା ମିଳିଛି। ପେଟ୍ରୋକେମିକାଲ, ଭିତ୍ତିଭୂମି ଏବଂ ଖଣି ଆଦି କ୍ଷେତ୍ରରେ ଏହି ନିବେଶ ହେବ। ସୌଦି ରାଷ୍ଟ୍ରଦୂତ ଡକ୍ଟର ସାଉଦ ବିନ ମହମ୍ମଦ ଅଲସତି କହିଛନ୍ତି, ଭାରତ ଏକ ଆକର୍ଷଣୀୟ ନିବେଶସ୍ଥଳ। ସୌଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ୨୦୩୦ ଭିଜନ ଅଧୀନରେ ଭାରତ ଏବଂ ସୌଦି ମଧ୍ୟରେ ବାଣିଜି୍ୟକ ପରିସର ଆହୁରି ବ୍ୟାପକ ହେବ। ତୈଳ ରପ୍ତାନି, ମାର୍କେଟିଂ, ବିଶୋଧନ, ପେଟ୍ରୋକେମିକାଲ ଏବଂ ଲୁବ୍ରିକାଣ୍ଟ ଆଦି କ୍ଷେତ୍ରରେ ହେଉଥିବା ସଫଳତାରୁ ଭାରତ ଲାଭ ଉଠାଇପାରିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share