ଇମ୍ରାନଙ୍କ ଘୋଷଣା: ବିନା ପାସପୋର୍ଟରେ ପାକିସ୍ତାନ ଆସିପାରିବେ ଭାରତୀୟ ଶ୍ରଦ୍ଧାଳୁ

ଇସଲାମାବାଦ,୧।୧୧:କରତାରପୁର କରିଡର ଦେଇ ପାକିସ୍ତାନ ଆସୁଥିବା ଭାରତୀୟ ତୀର୍ଥଯାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌। ବିନା ପାସପୋର୍ଟରେ ଭାରତୀୟ ଶ୍ରଦ୍ଧାଳୁ ପାକିସ୍ତାନ ଆସିପାରିବେ ବୋଲି ଇମ୍ରାନ ଘୋଷଣା କରିଛନ୍ତି। ଶ୍ରଦ୍ଧାଳୁଙ୍କ ପାଖରେ ଏକ ବୈଧ ଆଇଡି କାର୍ଡ ଥିଲେ ସେମାନେ ଗୁରୁଦ୍ୱାର ବୁଲିବାକୁ ଆସିପାରିବେ ବୋଲି ସେ କହିଛନ୍ତି। ଭାରତୀୟ ଶ୍ରଦ୍ଧାଳୁଙ୍କୁ ୧୦ ଦିନ ପୂର୍ବରୁ ଆଉ ରେଜିଷ୍ଟ୍ରେଶନ କରିବାକୁ ପଡିବନି। କରତାରପୁର କରିଡର ଉଦଘାଟନ ଏବଂ ଗୁରୁନାନକଙ୍କ ୫୫୦ତମ ଜନ୍ମବାର୍ଷିକୀରେ ଶ୍ରଦ୍ଧାଳୁଙ୍କୁ କୌଣସି ଶୁଳ୍କ ଦେବାକୁ ପଡିବନି। ସୂଚନାଯୋଗ୍ୟ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ବର ୯ରେ କରତାରପୁର କରିଡର ଉଦଘାଟନ କରିବେ। ଏହାସହ ପଞ୍ଜାବ ଗୁରୁଦାସପୁରର ଡେରାବାବା ନାନକ ପୀଠରେ ସର୍ବସାଧାରଣଙ୍କୁ ସମ୍ବୋଧିତ କରିବେ।

Share