ଇମ୍ରାନଙ୍କ ୟୁ-ଟର୍ନ:ପୁଣି ପ୍ରଧାନମନ୍ତ୍ରୀ ହେଲେ ଆମେରିକା ସହ ସମ୍ପର୍କ ସୁଧାରିବି

ଇସଲାମାବାଦ,୧୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆମେରିକା ସହ ସମ୍ପର୍କ ସୁଧାରିବା ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି, ଯଦି ପୁଣି ସେ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ସେ ଆମେରିକା ସହ ସମ୍ପର୍କକୁ ସୁଦୃଢ କରିବାକୁ ଚାହିଁବେ। ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କୃତ ହେବା ପାଇଁ ଆମେରିକାକୁ ଦାୟୀ କରିବେ ନାହିଁ। ଗତ ଏପ୍ରିଲରେ ଇମ୍ରାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ସମୟରେ ଇମ୍ରାନ ଦାବି କରିଥିଲେ, ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ଆମେରିକା ମଧ୍ୟରେ ହୋଇଥିବା ଷଡ଼ଯନ୍ତ୍ର ପରେ ତାଙ୍କୁ ପଦରୁ ହଟାଇ ଦିଆଯାଇଥିଲା। ଆମେରିକା ପାକିସ୍ତାନର ସର୍ବୋଚ୍ଚ ସୁରକ୍ଷା ସହଯୋଗୀ, ଦେଶକୁ କୋଟି କୋଟି ଟଙ୍କା ସାମରିକ ସହାୟତା ଯୋଗାଉଛି। ଏବେ ଇମ୍ରାନ ୟୁ-ଟର୍ନ ନେଇଛନ୍ତି।

Share