ଇସ୍ଲାମାବାଦ, ୨୮ା୮: ୩୭୦ ଧାରା ଉଚ୍ଛେଦ ସହ ଜମ୍ମୁ-କଶ୍ମୀରକୁ ଦୁଇ କେନ୍ଦ୍ରଶାସିତ ଅଞ୍ଚଳ କରିବାକୁ ନେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତ ବିରୋଧରେ ପରମାଣୁ ଯୁଦ୍ଧର ଧମକ ଦେଉଥିବାବେଳେ ନିଜ ଦେଶରେ ସମାଲୋଚନାର ଶିକାର ହୋଇଛନ୍ତି। କଶ୍ମୀର କଥା ଭୁଲିଯାଇ ପିଓକେ ଓ ମୁଜାଫରାବାଦର ସୁରକ୍ଷା କଥା ଇମ୍ରାନ ଚିନ୍ତା କରିବା ଠିକ୍ ହେବ ବୋଲି ପାକିସ୍ତାନ ପିପୁଲ୍ସ ପାର୍ଟିର ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ବିଲାଓ୍ବଲ ଭୁଟ୍ଟୋ କହିଛନ୍ତି। ପିତା ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଓ ଫର୍ୟାଲ ତଲ୍ପୁରଙ୍କୁ ରାଓ୍ବଲପିଣ୍ଡିସ୍ଥିତ ଆଦିଆଲା ଜେଲ୍ରେ ଭେଟି ଫେରିବା ପରେ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ବିଲାଓ୍ବଲ ଏଭଳି ପରାମର୍ଶ ଦେଇଛନ୍ତି। ପାକ୍ ସରକାରଙ୍କ କଶ୍ମୀର ପଲିସି ଫେଲ୍ ମାରିଥିବା ସେ କହିଛନ୍ତି।