ଇସ୍ଲାମାବାଦ,୩୦-୮(ପି.ଟି.):ଆର୍ଥତ୍କ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ପାଇଁ ଏକ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ଉପରେ ଇସ୍ଲାମାବାଦ ଇଲେକ୍ଟ୍ରିକ୍ ସପ୍ଲାଇ କମ୍ପାନୀ (ଆଇଇଏସ୍ସିଓ)ର ୪୧ ଲକ୍ଷ ଟଙ୍କା ବାକି ରହିଛି। ଉକ୍ତ ଅର୍ଥ ପଇଠ ନ କଲେ ବିଦ୍ୟୁତ୍ ସଂଯୋଗ କାଟି ଦିଆଯିବ ବୋଲି ବିଦ୍ୟୁତ୍ ଯୋଗାଣକାରୀ ଘରୋଇ କମ୍ପାନୀ ନୋଟିସ ଦେଇଛି ।