ଇମ୍ରାନ୍‌ଙ୍କ ପାଇଁ ସାପ ଚମଡାରେ ତିଆରି ହୋଇଥିବା ଚପଲକୁ ଜବତ କଲା ବନ୍ୟଜୀବ ବିଭାଗ

ଇସଲାମାବାଦ,୩।୬: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଏବେ ସାପ ଚମଡାରେ ତିଆରି ପେଶାଓ୍ବରି ଚପଲ ପିନ୍ଧିବାର ସୁଯୋଗ ପାଇବେ ନାହିଁ। କାରଣ ଖେବର ପଖତୁନଓ୍ବା ଅଞ୍ଚଳରେ ବନ୍ୟଜୀବ ବିଭାଗର ଚଢଉ ସମୟରେ ଏକ ଜୋତା ତିଆରି ଦୋକାନରୁ ସାପ ଚମଡାରେ ତିଆରି ଏକ ଚପଲ ଜବତ କରାଯାଇଛି। ଏହି ଚପଲ ହଳକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଉପହାର ସ୍ବରୂପ ଦିଆଯିବାକୁ ଥିବା ଜଣାପଡିଛି। ଡନ୍‌ ସମାଚାରର ସୂଚନା ଅନୁଯାୟୀ, ବନ୍ୟଜୀବ ବିଭାଗର ଚଢଉ ସମୟରେ ପେଶାଓ୍ବରର ନମକ ମଣ୍ଡି ଅଞ୍ଚଳରେ ଆଫଗାନ ଚପ୍ପଲ ହାଉସ୍‌ ନାମକ ଏକ ଜୋତା ଦୋକାନରୁ ଉକ୍ତ ସାପ ଚମଡା ବାଲା ଜୋତା ଜବତ କରାଯାଇଛି। ତେବେ ଦୋକାନ ମାଲିକ ରୁଦ୍ଦିନ ସିନଓ୍ବାରି ନିଜକୁ ବଞ୍ଚାଇବାକୁ ଯାଇ କହିଛନ୍ତି ଏହି ସାପ ଚମଡା ଆମେରିକାରୁ ଆସିଥିଲା।

Share