ଇମ୍ରାନ୍‌ଙ୍କ ବନ୍ଧୁ ଚେହେରାରୁ ହଟିଲା ମୁଖା: ଭାରତକୁ ବଦନାମ କରିବା ପାଇଁ ପିଆର୍‌ କମ୍ପାନୀକୁ ପାକିସ୍ତାନ ଦେଇଥିଲା ୭ କୋଟି

ଓ୍ବାଶିଂଟନ,୫।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତକୁ ଅନ୍ତର୍ଜାତୀୟସ୍ତରରେ ବଦନାମ କରିବା ପାଇଁ ପାକିସ୍ତାନ ରଚିଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଏହାଦ୍ୱାରା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ବନ୍ଧୁ ଚେହେରାରୁ ମୁଖା ଖୋଲିଯାଇଛି। ପାକିସ୍ତାନ ଆମେରିକାର ଏକ ପିଆର୍‌ କମ୍ପାନୀକୁ ଏଥି ଲାଗି ୭ କୋଟି ଟଙ୍କା ଦେଇଥିବା କୁହାଯାଉଛି। ପିଆର୍‌ କମ୍ପାନୀ ହଲାଣ୍ଡ୍‌ ଆଣ୍ଡ୍‌ ନାଇଟ୍‌କୁ ପାକିସ୍ତାନ ୧୦ ଲକ୍ଷ ୬୨ ହଜାର ଡଲାର(୭ କୋଟି ଟଙ୍କା) ଦେଇଥିଲା। ପାକିସ୍ତାନୀ ମୁଦ୍ରାରେ ଏହା ପ୍ରାୟ ୧୭ କୋଟି ହେବ। ଏନେଇ ହୋଇଥିବା ଚୁକ୍ତିର ଏକ ନକଲ ଏବେ ପ୍ରକାଶିତ ହୋଇଛି। ଏଥିରେ ଆମେରିକାରେ ଅବସ୍ଥାପିତ ଥିବା ପାକିସ୍ତାନ ରାଷ୍ଟ୍ରଦୂତ ଅସର ମଜିଦ୍‌ ଖାଁଙ୍କ ନାମ ରହିଛି। ପରବର୍ତ୍ତୀ ରଣନୀତି ସମ୍ପର୍କରେ ପିଆର୍‌ କମ୍ପାନୀକୁ ଜଣାଇ ଦିଆଯିବ ବୋଲି ଚୁକ୍ତିରେ ଦର୍ଶାଯାଇଛି।

Share