Categories: ଜାତୀୟ

ଇମ୍ରାନ ଖାନଙ୍କୁ ରାବଣ ଭାବେ ସଜେଇ କରାଗଲା ଦହନ

ଭୋପାଳ,୯।୧୦: ସାରା ଦେଶରେ ବିଜୟା ଦଶମୀରେ ପାପ, ଅହଙ୍କାର, ଅସତ୍ୟର ପ୍ରତୀକ ସ୍ବରୂପ ଦୁଷ୍ଟଶକ୍ତି ରାବଣ ଦହନ କରାଯାଇଛି। ଏହି ଦିନ ପ୍ରଭୁ ଶ୍ରୀରାମ ରାବଣକୁ ବଧ କରି ଧରାପୃଷ୍ଠରୁ ପାପଭାର ମୁକ୍ତ କରିଥିଲେ। ଏଥିପାଇଁ ବିଜୟା ଦଶମୀରେ ରାବଣ ପୋଡ଼ି ଉତ୍ସବ ପାଳନ କରାଯାଏ। ଏହି ଅବସରରେ ଦେଶର ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ରାବଣ ପୋଡ଼ି ଅନୁଷ୍ଠିତ ହୋଇଯାଇଛି। ମଧ୍ୟପ୍ରଦେଶର ଖାରଗୋନେରେ ନିଆରା ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଠାକାର ଲୋକେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ରାବଣ ଭାବେ ସଜାଇ ଦହନ କରିଥିଲେ। ଏହି ରାବଣର ଉଚ୍ଚତା ୫୧ ଫୁଟ ଥିଲା।

Share